ETV Bharat / sitara

କଙ୍ଗନା ଓ ଭିକ୍କୀ ମୁହାଁମୁହିଁ, ଫ୍ରାଇଡେ କଲେକ୍ସନରେ ପଡିବ ପ୍ରଭାବ - ଦିଲଜିତ ଦୋସାଞ୍ଝ

ଆଜି ରିଲିଜ ହୋଇଯାଇଛି ତିନୋଟି ଚର୍ଚ୍ଚିତ ଫିଲ୍ମ । ମହାରାଷ୍ଟ୍ରରେ ସାମ୍ନାସାମ୍ନି ହୋଇଛି 'ଉରି' ଏବଂ 'ଜଜମେଣ୍ଟାଲ ହେ କ୍ୟା' । ଅନ୍ୟପଟେ 'ଅର୍ଜୁନ ପଟିଆଲା' ଦର୍ଶକଙ୍କ ମନ କିଣିବ ବୋଲି ଆଶା କରିଛନ୍ତି ମେକର୍ସ ।

ଡିଜାଇନ ଫଟୋ
author img

By

Published : Jul 26, 2019, 11:25 AM IST

Updated : Jul 26, 2019, 11:31 AM IST

ମୁମ୍ବାଇ: ରାଜକୁମାର ରାଓ ଓ କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ଅନେକ ବାଦବିବାଦ ପରେ ଆଜି ରିଲିଜ ହୋଇଯାଇଛି । ଏହି ଫିଲ୍ମଟି ରିଲିଜ ପୂର୍ବରୁ ଅନେକ ବିବାଦ ଘେରରେ ଆସି ମଧ୍ୟ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । କିନ୍ତୁ ଫିଲ୍ମଟି ସୁପରହିଟ ହେବା ରାସ୍ତାରେ ଅନେକ ବାଧା ଦେଖାଯାଉଛି ।

ପ୍ରକୃତରେ 'ଜଜମେଣ୍ଟାଲ ହେ କ୍ୟା' ସହ ଦିଲଜିତ ଦୋସାଞ୍ଝଙ୍କ ଫିଲ୍ମ 'ଅର୍ଜୁନ ପଟିଆଲା’ ମୁହାଁମୁହିଁ ହୋଇଛି । ଏହି ଫିଲ୍ମଟି ଏକ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ । ଯାହା ପରିବାର ସହ ବସି ଦେଖାଯାଇପାରିବ । ଅନ୍ୟପଟେ କଙ୍ଗନାଙ୍କ ଫିଲ୍ମରେ ଅନେକ ଡାର୍କ ଏଲିମେଣ୍ଟସ ଦେଖିବାକୁ ମିଳୁଛି ।

ଏଥିରୁ ସ୍ପଷ୍ଟ ହେଉଛି ଯେ ଅର୍ଜୁନ ପଟିଆଲାର ଫ୍ୟାମିଲି ଡ୍ରାମା କଣ୍ଟେଣ୍ଟ ପାଇଁ ମିଡିଲ କ୍ଲାସ ଏବଂ ଲୋଓର କ୍ଲାସ ପରିବାର ସିନେମାଘରେ ଭିଡ ଜମାଇବେ । ଯାହାର ପ୍ରଭାବ କଙ୍ଗନାଙ୍କ ଫିଲ୍ମ ଉପରେ ପଡିବ । ଖାଲି ଏତିକି ନୁହେଁ 'ଜଜମେଣ୍ଟାଲ ହେ କ୍ୟା'ର ସାମନା ଅଭିନେତା ଭିକ୍କୀ କୌଶଲଙ୍କ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' ସହ ମଧ୍ୟ ହେବ ।

କାରଣ କାର୍ଗିଲ ବିଜୟ ଦିବସ ଅବସରରେ ମହାରାଷ୍ଟ୍ରର 500 ସିନେମାଘରେ ଦ୍ବିତୀୟଥର ଏହି ଫିଲ୍ମଟିକୁ ରିଲିଜ କରାଯାଇଛି । ଆଉ ଏହାର ଟିକେଟକୁ ଦର୍ଶକଙ୍କ ପାଇଁ ମାଗଣା ମଧ୍ୟ କରିଦିଯାଇଛି । ତେବେ ମାଗଣାରେ 'ଉରି' ଭଳି ବ୍ଲକବଷ୍ଟର ଫିଲ୍ମ ଦେଖିବାକୁ ମହାରାଷ୍ଟ୍ରବାସୀ ପଛଘୁଞ୍ଚା ଦେବେ ନାହିଁ ।

ତେଣୁ ହୁଏତଃ 'ଜଜମେଣ୍ଟାଲ ହେ କ୍ୟା'ର ଓପନିଂ କଲେକ୍ସନରେ କିଛି ପ୍ରଭାବ ପଡିପାରେ । ମୁଖ୍ୟ କଥା ହେଲା କି କଙ୍ଗନା 'ଉରି' ଫିଲ୍ମ ଉପରେ ବିବାଦ ସୃଷ୍ଟି କରି ଚର୍ଚ୍ଚାରେ ରହିବାକୁ ଚାହିଁବେ ନାହିଁ । କାରଣ କଙ୍ଗନା ସବୁବେଳେ ରାଇଟ ୱିଙ୍ଗ ବିଚାରଧାରର ସମର୍ଥନ କରୁଛନ୍ତି । ପ୍ରାୟତଃ ସେ ରାଷ୍ଟ୍ରବାଦରୁ ପ୍ରେରଣାଦାୟ ଜିନିଷକୁ ପ୍ରୋତ୍ସାହିତ କରୁଥିବାର ନଜର ଆସନ୍ତି ।

ଆଉ ଏମିତିରେ ଯଦି ଫ୍ରାଇଡେ କଲେକ୍ସନ ବିଷୟରେ କଥା ହେବା ତେବେ ଭିକ୍କୀଙ୍କ ଫିଲ୍ମ କଙ୍ଗନାଙ୍କ ଫିଲ୍ମକୁ ମାତ ଦେବାରେ ସଫଳ ହୋଇପାରେ ।

Intro:Body:

BLANK FOR LINK 

Conclusion:
Last Updated : Jul 26, 2019, 11:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.