ETV Bharat / sitara

ଅଭିନେତ୍ରୀ ମାଲଭିଙ୍କୁ ଛୁରାମାଡ, ପୁରୁଷ ବନ୍ଧୁଙ୍କ ନାମରେ ମାମଲା ରୁଜୁ - ହସ୍ପିଟାଲରେ ଭର୍ତ୍ତି ମାଲଭି ମଲହୋତ୍ରା

ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ମାଲଭି । ପ୍ରେମରେ ଧୋକାକୁ ନେଇ ସମ୍ପୃକ୍ତ ଏହି ମାମଲା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 27, 2020, 4:01 PM IST

ମୁମ୍ବାଇ: ଅଭିନେତ୍ରୀ ମାଲଭି ମଲହୋତ୍ରାଙ୍କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଗତ 26 ରାତି ପ୍ରାୟ 9ଟାରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନ ଅଞ୍ଚଳରେ ଯୋଗେଶ କୁମାର ମହିପାଲ ସିଂ ନାମକ ଜଣେ ଯୁବକ ତାଙ୍କୁ ଛୁରାମାଡ କରିଛି । ଏହି ଆକ୍ରମଣରେ ସେ ଆହତ ମଧ୍ୟ ହୋଇଛନ୍ତି । ଯାହାପରେ ତାଙ୍କୁ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଚିକିତ୍ସା ଚାଲିଛି ।

ଏହି ମାମଲାଟି ପ୍ରେମରେ ଧୋକାକୁ ନେଇ କୁହାଯାଉଛି । କାରଣ ମାଲଭି ଗତ ବର୍ଷ ଯୋଗେଶଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଦୁହେଁ ତିନିରୁ ଚାରିଥର ସାକ୍ଷାତ ମଧ୍ୟ କରିଥିଲେ । ହେଲେ ଯୋଗେଶ କ୍ରମାଗତ ଭାବରେ ମାଲଭିଙ୍କୁ ତାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଆଉ ବିବାହ କରିବାକୁ ସବୁବେଳେ କହିଥିବାବେଳେ ଯୋଗେଶଙ୍କ ପ୍ରେମ ସ୍ବୀକାର କରିନଥିଲେ ମାଲଭି । ଯାହାପରେ ମାଲଭିଙ୍କୁ ଫୋନ୍ କରି ଖୁବ୍ ହଇରାଣ ମଧ୍ୟ କରୁଥିଲେ ସେ ।

ବାରମ୍ବାର ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଥିଲେ ଯୋଗେଶ । ଆଉ ଏକୁଟିଆ ପାଇ ତାଙ୍କୁ ଛୁରୀରେ ଆକ୍ରମଣ କରି ସେ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ତାଙ୍କ ବିରୋଧରେ ଭର୍ସୋଭା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.