ETV Bharat / sitara

ସୁଶାନ୍ତଙ୍କ ମାମଲା: ମିଡିଆ ବିରୋଧରେ ଏଫଆଇଆର ରୁଜୁ କଲେ ସୁରଜ - ମିଡିଆ ବିରୋଧ ଏଫଆଇଆର ରୁଜୁ କଲେ ଅଭିନେତା ସୁରଜ ପଞ୍ଚୋଲୀ

ଜିୟା ଖାନଙ୍କ ପରେ ସୁଶାନ୍ତ ଓ ଦିଶାଙ୍କ ଆତ୍ମହତ୍ୟାର ଦୋଷୀ ସୁରଜ ପଞ୍ଚୋଲୀଙ୍କୁ କୁହାଯାଉଛି। ଯାହାକୁ ନେଇ ବର୍ତ୍ତମାନ ସେ ଚିନ୍ତିତ। ଏହି ମାମଲାରେ ସେ ମିଡିଆ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 11, 2020, 1:55 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଧିରେ ଧିରେ ଫସୁଥିବାର ଦେଖି ଅଭିନେତା ସୁରଜ ପଞ୍ଚୋଲୀ ମିଡିଆ ବିରୋଧ କରିଛନ୍ତି । ସେ ମୁମ୍ବାଇର ୱର୍ସୋୱା ପୋଲିସ ଷ୍ଟେସନରେ ଏକ ଅଭିଯୋଗ ରୁଜୁ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ମିଡିଆ ତରଫରୁ ସୁଶାନ୍ତଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନର କଭରେଜ ତାଙ୍କୁ ମାନସିକ ସ୍ତରରେ ହଇରାଣ କରୁଛି।

ଏହି ଅଭିଯୋଗରେ ସେ କିଛି ମିଡିଆ ହାଉସ, ୟୁଟ୍ୟୁବ ଚ୍ୟାନେଲ ଓ କିଛି ଲୋକଙ୍କ ମଧ୍ୟ ନାମ ଦେଇଛନ୍ତି । ପ୍ରକାଶ ଥାଉକି ସୁଶାନ୍ତଙ୍କ ଆତ୍ମହତ୍ୟା ପରଠୁ ସୁରଜଙ୍କୁ ଟାର୍ଗେଟ କରିଆସୁଛନ୍ତି ସମସ୍ତେ ।

ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟାରେ ସୁରଜଙ୍କ ହାତ ଥିବାର ଚର୍ଚ୍ଚା ଜୋର ଧରିଛି । ସେହିପରି ଦିଶାଙ୍କ ଆତ୍ମହତ୍ୟା ସହ ସୁଶାନ୍ତଙ୍କ ଆତ୍ମହତ୍ୟାର କନେକ୍ସନ ଅଛି ବୋଲି କୁହାଯାଉଛି । କାରଣ ଦିଶାଙ୍କ ସହ ରିଲେସନଶିପରେ ଥିଲେ ସୁରଜ।

ହେଲେ ନିକଟରେ ଏହି କଥାକୁ ଖଣ୍ଡନ କରିଥିଲେ ସେ । ଆଉ କହିଥିଲେ ଦିଶାଙ୍କ ସହ କେବେ ମଧ୍ୟ ସାକ୍ଷାତ କରିନାହିଁନ୍ତି । ମିଡିଆ ତାଙ୍କ ଉପରେ ମିଥ୍ୟ ଅଭିଯୋଗ ଲଗାଉଛି । ତାଙ୍କ ପ୍ରତିଛବିକୁ ଖରାପ କରିବାକୁ ଏପରି ନ୍ୟୁଜ ପ୍ରସାରିତ କରୁଛି ମିଡିଆ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.