ମୁମ୍ବାଇ: ନିର୍ଦ୍ଦେଶକ ହଂସଲ ମେହେତା ଏବଂ ତାଙ୍କ ପରିବାରକୁ ରୋହିତ ନାମକ ଜଣେ ଅଜ୍ଞାତ ବ୍ୟକ୍ତି ରାତିସାରା ଫୋନରେ ହଇରାଣ କରିଥିବା ଅଭିଯୋଗ ହୋଇଛି । ରବିବାର ଫିଲ୍ମ ନିର୍ମାତା ଟ୍ବିଟରରେ ମୁମ୍ବାଇ ପୋଲିସର ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ କରି ଏହି ମାମଲାରେ ଅଭିଯୋଗ କରିଛନ୍ତି ।
ତାଙ୍କ ପରିବାରକୁ ହଇରାଣ କରୁଥିବା ବ୍ୟକ୍ତିଙ୍କ ଫୋନ ନମ୍ବର ସହିତ ହଂସଲ ଟ୍ବିଟ୍ କରି ଲେଖିଛନ୍ତି, ‘ପ୍ରିୟ ମୁମ୍ବାଇ ପୋଲିସ ଟ୍ରୁ କଲର୍ ରୋହିତ ନାମ ଦେଖାଉଥିବା ଏହି ଅଜ୍ଞାତ ବ୍ୟକ୍ତି ଗତ ରାତିରୁ ଆମକୁ କ୍ରମାଗତ ଭାବରେ ହଇରାଣ କରୁଛନ୍ତି । ଦୟାକରି ଏହି ବ୍ୟକ୍ତିଙ୍କୁ ତାଗିଦ କରନ୍ତୁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।’
ସେପଟେ ହଂସଲଙ୍କ ଟ୍ବିଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ୟୁଜର ଫିଲ୍ମ ନିର୍ମାତାଙ୍କୁ ‘ଶୋ ଅଫ୍’ ନକରିବାକୁ କହିଥିଲେ ଏବଂ ହଇରାଣ କରୁଥିବା ବ୍ୟକ୍ତିଙ୍କୁ ବ୍ଲକ୍ କରିବାକୁ ପରାର୍ମଶ ଦେଇଥିଲେ । ଏହି ଟ୍ବିଟରେ ଜବାବ ଦେଇ ସେ ପୁଣି ଟ୍ବିଟ କରିଥିଲେ, ‘ତାଙ୍କୁ ତାଗିଦ କରାଯିବା ଆବଶ୍ୟକ। ବିବ୍ରତ ହେଲେ କେହି ଦେଖାନ୍ତି ନାହିଁ ଏବଂ ଏହି ବ୍ୟକ୍ତିଙ୍କ ଆଚରଣରେ ମୋ ପରିବାର ବିରକ୍ତ ହେଉଛନ୍ତି ।’
-
The harassment by an unknown caller last night is being dealt with and hence I have deleted my earlier tweet. Thank you for all the support.
— Hansal Mehta (@mehtahansal) January 10, 2021 " class="align-text-top noRightClick twitterSection" data="
">The harassment by an unknown caller last night is being dealt with and hence I have deleted my earlier tweet. Thank you for all the support.
— Hansal Mehta (@mehtahansal) January 10, 2021The harassment by an unknown caller last night is being dealt with and hence I have deleted my earlier tweet. Thank you for all the support.
— Hansal Mehta (@mehtahansal) January 10, 2021
ପ୍ରକାଶ ଥାଉକି ହଂସଲ ବଲିଉଡକୁ ନିଜ ନିର୍ଦ୍ଦେଶନାରେ ‘କଳାକାର’, ‘ଅଲ୍ଲୀଗଡ’, ‘ସିଟି ଲାଇଟ୍ସ’, ‘ସିମରନ’, ‘ଓର୍ମେତା’ ଭଳି ଫିଲ୍ମ ଦେଇ ପପୁଲାର ନିର୍ଦ୍ଦେଶକ ସାଜିଛନ୍ତି ।