ETV Bharat / sitara

ଯୌନ ନିର୍ଯାତନା ମାମଲା: ପୋଲିସ ଷ୍ଟେସନରେ ଅନୁରାଗ କଶ୍ୟପ

author img

By

Published : Oct 1, 2020, 3:44 PM IST

ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିଲେ । ଏହା ପରେ ନିର୍ଦ୍ଦେଶକ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଥିଲେ । ଏହି ମାମଲାରେ ମୁମ୍ବାଇ ପୋଲିସ ଅନୁରାଗ କଶ୍ୟପଙ୍କୁ ଡକାଇଛି । ଅଧିକ ପଢନ୍ତୁ...

film director anurag kashyap at versova police station in mumbai
ଯୌନ ନିର୍ଯାତନା ମାମଲା: ପୋଲିସ ଷ୍ଟେସନରେ ପହଞ୍ଚିଲେ ଅନୁରାଗ କଶ୍ୟପ

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷଙ୍କୁ ଯୌନ ଶୋଷଣ ଅଭିଯୋଗରେ ଫସିଲେ ନାମୀଦାମୀ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ।

ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିଲେ । ଏହା ପରେ ନିର୍ଦ୍ଦେଶକ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି । ଏହି ମାମଲାରେ ମୁମ୍ବାଇ ପୋଲିସ ଅନୁରାଗଙ୍କୁ ଡକାଇଛି ।

ଅନୁରାଗଙ୍କୁ ମୁମ୍ବାଇ ପୋଲିସର ଡକାଯିବା ପରେ ଗୁରୁବାର ସେ ମୁମ୍ବାଇର ଭରସୋଭା ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ।

ସୂତ୍ର ଅନୁଯାୟୀ, ମୁମ୍ବାଇ ପୋଲିସ ଆଜି ଅନୁରାଗଙ୍କୁ ଗିରଫ କରିପାରେ । ସେ କହିଛନ୍ତି ଯେ ନଅ ଦିନ ପୂର୍ବରୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ସଂପର୍କରେ କଶ୍ୟପଙ୍କୁ ଗୁରୁବାର ଭରସୋଭା ପୋଲିସ ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା ।

22 ସେପ୍ଟେମ୍ବରରେ ପାୟଲ ତାଙ୍କ ଓକିଲ ନିତିନ ସତପୁତେଙ୍କ ସହ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ଏହା ପରେ ଭରସୋଭା ପୋଲିସ 22 ସେପ୍ଟେମ୍ବରରେ କଶ୍ୟପଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ​​ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ପାୟଲ ତାଙ୍କ ଅଭିଯୋଗରେ ଘୋଷ କହିଛନ୍ତି ଯେ, କଶ୍ୟପ ତାଙ୍କୁ 2013 ରେ ଦୁଷ୍କର୍ମ କରିଥିଲେ । ଘୋଷ ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟି ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.