ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ସରକାର କିଛି ଦିନରୁ ଆରମ୍ଭ କରିଦେଇଛନ୍ତି ଲକଡାଉନ୍ ପ୍ରକ୍ରିୟା । ଏଭଳି ପ୍ରତିବନ୍ଧକ ଅନେକ ଫିଲ୍ମ ନିର୍ମାତାଙ୍କୁ ସେମାନଙ୍କର ସୁଟିଂ ସେଟକୁ ରାଜ୍ୟରୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରିଛି । ଯାହାଦ୍ବାରା ରାଜ୍ୟ ବାହାରକୁ ସୁଟିଂ ପାଇଁ ଯିବା ଆରମ୍ଭ କରିଦେଇଛନ୍ତି ମେକର୍ସ । ଏହି କ୍ରମରେ ସାମିଲ ହୋଇଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ ।
ସେ ନିଜ ବହୁ ଚର୍ଚ୍ଚିତ ଫିଲ୍ମ ‘ଆଦିପୁରୁଷ’ର ଆଗାମୀ ସୁଟିଂ ହାଇଦ୍ରାବାଦରେ କରିବାକୁ ଯୋଜନା କରିଛନ୍ତି । ଫିଲ୍ମର 60 ଦିନର ସୁଟିଂ ମୁମ୍ବାଇରେ କରାଯାଇଥିଲା । ଆଉ 90 ଦିନର ସୁଟିଂ ବାକି ଅଛି । ଯାହା ହାଇଦ୍ରାବାଦରେ ମେ 15ରୁ ଆରମ୍ଭ ହେବ ।
ସେପଟେ କଳାକାର ମଧ୍ୟ ହାଇଦ୍ରାବାଦ ଯାତ୍ରା କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରକାଶ ଥାଉକି ଓମ୍ଙ୍କ ଏହିଫିଲ୍ମରେ ‘ବାହୁବଳୀ’ ଫେମ ପ୍ରଭାସ, ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ, କ୍ରିତି ସାନନ ଓ ସନ୍ନି ସିଂ ଭଳି କଳାକାର ନଜର ଆସିବେ । ରାମ ଅବତାରରେ ପ୍ରଭାସଙ୍କୁ ଦେଖିବାକୁ ମିଳିବ, ସେହିପରି ରାବଣ ସାଜି ତାଙ୍କ ସହ ଲଢିବେ ସୈଫ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ ।