ETV Bharat / sitara

ଟିଆରପି ସ୍କାମ: ମିର୍ଜାପୁରରୁ ପଞ୍ଚମ ଅଭିଯୁକ୍ତ ଗିରଫ - ଟିଭି ଚ୍ୟାନେଲର ଟିଆରପି ସ୍କାମ

ବଲିଉଡରେ ଡ୍ରଗ କାରବାର କେସ୍ ମଧ୍ୟରେ ଏବେ ଟିଭି ଚ୍ୟାନେଲର ଟିଆରପି ସ୍କାମକୁ ନେଇ ଚାଲିଛି ତଦନ୍ତ । ଯେଉଁଥିରେ ଧିରେ ଧିରେ ଗିରଫ ହେବାରେ ଲାଗିଛନ୍ତି ଅଭିଯୁକ୍ତ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 13, 2020, 5:18 PM IST

ମୁମ୍ବାଇ: ନିକଟରେ ମୁମ୍ବାଇ ପୋଲିସ ଟିଆରପି ସ୍କାମ କରୁଥିବା ତିନୋଟି ଚ୍ୟାନେଲର ଖୁଲାସା କରିଥିଲା । ଏହି ମାମଲା ଏବେ ମିର୍ଜାପୁରରେ ପହଞ୍ଚିଛି । କାରଣ ଟିଆରପି ସ୍କାମରେ ପଞ୍ଚମ ଅଭିଯୁକ୍ତକୁ ମିର୍ଜାପୁରରୁ ଗିରଫ କରାଯାଇଛି । ମୁମ୍ବାଇର କ୍ରାଇମବ୍ରାଞ୍ଚ ୱାନର ଟିମ ସୋମବାର ରାତିରେ କାଛୱାରୁ ଅଭିଯୁକ୍ତକୁ ଗିରଫ କରିଛି। ଯାହା ପରେ ତାଙ୍କୁ ମୁମ୍ବାଇ ପଚରାଉଚରା ପାଇଁ ଅଣାଯାଇଛି ।

ମୁମ୍ବାଇର ନକଲି ଟିଆରପି ମାମଲାରେ ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା ଅଭିଯୁକ୍ତର ନାମ ବିନୟ ତ୍ରିପାଠୀ । ସେ ହାନସା ରିସର୍ଚ୍ଚର ଜଣେ ପୂର୍ବତନ କର୍ମଚାରୀ ଏବଂ ଏହି ମାମଲାରେ ପ୍ରଥମ ଅଭିଯୁକ୍ତ ବିଶାଲଙ୍କୁ ଠକେଇ ପାଇଁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରିଥିଲା। ରିପବ୍ଲିକ୍ ସମେତ ଦୁଇଟି ମରାଠୀ ଚ୍ୟାନେଲରେ ନକଲି ଟିଆରପି ପାଇବା ଅଭିଯୋଗ ହୋଇଛି।

ପ୍ରକାଶ ଥାଉକି ଏହି ମାମଲାରେ ହାନସା ରିସର୍ଚ୍ଚ ଗ୍ରୁପର ସିଇଓ ପ୍ରବୀଣ ନିଜାରଙ୍କ ବୟାନ ରେକର୍ଡ ହୋଇସାରିଛି । ଆଉ ଟିଆରପି ସ୍କାମର କଡାକଡି ଯାଞ୍ଚ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.