ETV Bharat / sitara

February 6 A Dark Day: କଳା ଦିବସ ପାଳିବ ବଲିଉଡ଼ - ଲତା ମଙ୍ଗେଶକରଙ୍କୁ ବଲିଉଡ଼ର ସମ୍ମାନ

ଭାରତ ରତ୍ନ ଲତା ମଙ୍ଗେସକର ଦୀର୍ଘ ୨୮ ଦିନ କୋଭିଡ, ନିମୋନିଆ ରୋଗ ସହ ସଂଘର୍ଷ କରିବା ପରେ ରବିବାର ସକାଳ ୮ଟା ୧୨ରେ ସମସ୍ତଙ୍କୁ ଶୋକ ସାଗରରେ ବୁଡାଇ ଚାଲିଯାଇଛନ୍ତି । ବଲିଉଡ଼ ଏହି ଦିନକୁ କଳା ଦିବସ ପାଳିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

'February 6 a dark day': କଳା ଦିବସ ପାଳିବ ବଲିଉଡ଼

author img

By

Published : Feb 6, 2022, 1:55 PM IST

ମୁମ୍ବାଇ: ସମସ୍ତଙ୍କୁ ଶୋକ ସାଗରରେ ବୁଡାଇ ଆରପାରିକୁ ଚାଲି ଯାଇଛନ୍ତି ଭାରତର ଝିଅ ତଥା କୋକିଳକଣ୍ଠୀ ଲତା ମଙ୍ଗେସକର । ତାଙ୍କ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛନ୍ତି । ସୁର ସାମ୍ରାଜ୍ଞୀଙ୍କୁ ହରାଇବା ପରେ ବଲିଉଡ଼କୁ ଲାଗିଛି ଝଟକା । ବଲିଉଡ଼ରେ ଅନେକ ବଡ଼ ବଡ଼ କଳାକାର ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଅଭିନେତା ଅନିଲ କପୁର, ଅକ୍ଷୟ କୁମାରଙ୍କଠୁ ଆରମ୍ଭ କରି ହେମା ମାଲିନି କିମ୍ବଦନ୍ତୀ ଗାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହିତ ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଫେବୃଆରୀ ୬ ତାରିଖ ତଥା ଆଜିର ଦିନରେ ଦେଶ ହରାଇଥିବାରୁ ଏହି ଦିବସକୁ ବଲିଉଡ଼ 'କଳା ଦିବସ' ପାଳିବ ବୋଲି ଜଣାପଡ଼ିଛି ।

  • Feb 6 is a dark day for us - the legend who has given us a treasure trove of lilting songs, the Nightingale of India, Lataji, has left us to continue her divine music in heaven🙏 It is a personal loss for me as our affection & admiration for each other was mutual❤️ pic.twitter.com/zTUjlw9D7y

    — Hema Malini (@dreamgirlhema) February 6, 2022 " class="align-text-top noRightClick twitterSection" data=" ">

ଲତାଙ୍କ ବିୟୋଗ ପରେ ଭେଟେରାନ ଆକ୍ଟର ହେମା ମାଲିନି ଏକ କୋହଭରା ପୋଷ୍ଟ କରିଛନ୍ତି । ସେ ଟ୍ବିଟର ଜରିଆରେ ଏହି ପୋଷ୍ଟ କରି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେପଟେ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ଲେଖିଛନ୍ତି ଯେ, "ମେରି ଆୱାଜ ହି ପେହଚାନ ହେ, ଗର ୟାଦ ରହେ..ଏହି ଗୀତକୁ କିପରି ଜଣେ ଭୁଲି ପାରିବ । ଲତା ମଙ୍ଗେସକରଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତୁ ଦୁଃଖିତ । ଓମ ଶାନ୍ତି" ବୋଲି ସେ ଲେଖିଛନ୍ତି ।

ଏହା ବି ପଢନ୍ତୁ: କୋକିଳକଣ୍ଠୀଙ୍କ କଣ୍ଠରୋଧ: କାହିଁକି କରିନଥିଲେ ବିବାହ ? କଣ ଥିଲା ବିବାଦ ଜାଣନ୍ତୁ

ଅନିଲ କପୁର ମଧ୍ୟ ଏକ ପୋଷ୍ଟ କରି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅନିଲ ଲେଖିଛନ୍ତି ଯେ ଏହି ଖବର ହୃଦୟ ବିଦାରକ । କିନ୍ତୁ ଏହି ପ୍ରତିଭାଙ୍କ ସହ ପରିଚିତ ଥିବାରୁ ସେ ନିଜକୁ ଭାଗ୍ୟବାନ ମଣିଛନ୍ତି । ଲତାଜୀ ସବୁବେଳେ ହୃଦୟରେ ରହିବେ ବୋଲି ସେ କହିବା ସହିତ ତାଙ୍କ ସୁମଧୁର ସ୍ବରରେ ସେ ସମସ୍ତଙ୍କୁ ମତୁଆଲା କରିଥିଲେ । ଏହାସହିତ ଅନିଲ ତାଙ୍କ ଅମର ଆତ୍ମାର ସଦଗତି କାନା କରିଛନ୍ତି । ଅଭିନେତା ମନୋଜ ବାଜପେୟୀ ଲେଖିଛନ୍ତି ଯେ ସଂଗୀତ ଜଗତରେ ଏକ ସୁବର୍ଣ୍ଣ ଯୁଗର ଅବସାନ ଘଟିଛି । ଲତାଜୀ ସବୁବେଳେ ମନେ ପଡ଼ିବେ ।

ଏହା ବି ପଢନ୍ତୁ: ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ସେପଟେ ଜୋୟା ଅଖତର ଲତାଙ୍କ ଏକ ଫଟୋ ସେୟାର କରି ଅମର ବୋଲି ଲେଖିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଲତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ବହୁତ ବଡ଼ କ୍ଷତି । ଭାରତର ସର୍ବେଶ୍ରେଷ୍ଠ ସ୍ବର ଆଉ ଆମକୁ ଛାଡ଼ି ଚାଲିଯାଇଛନ୍ତି । ତେବେ ସୂଚନା ଥାଉ କି ଲତା ମଙ୍ଗେଶକର ରବିବାର ଏକାଧିକ ଅଙ୍ଗ ଅକ୍ଷମ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.