ETV Bharat / sitara

ସନୟାଙ୍କୁ ଡେଟ କରିବା ଖବରରେ ଏମିତି କହିଲେ ଫାତିମା

ବଲିଉଡରେ ନୂଆ ଚର୍ଚ୍ଚା । ଫାତିମା ଓ ସନୟାଙ୍କ ରିଲେସନଶିପ ଖବରକୁ ନେଇ ଆଶ୍ଚର୍ଯ୍ୟ ଫ୍ୟାନ୍ସ । ଏହା ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଫାତିମା ।

author img

By

Published : Jun 19, 2020, 3:41 PM IST

ଫଟୋ ସୌଡନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଡନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଚର୍ଚ୍ଚାରେ ଦଙ୍ଗଲ ଗାର୍ଲ ଫାତିମା ସନା ସେଖ । ଏବେ ତାଙ୍କୁ ନେଇ ନୂଆ ଚର୍ଚ୍ଚା । ଯାହାଶୁଣି ସମସ୍ତେ ଆଶ୍ଚର୍ଯ୍ୟ । କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି ଯେ ସେ ନିଜ କୋ-ଷ୍ଟାର ତଥା ଫେମସ ଅଭିନେତ୍ରୀ ସନୟା ମଲହୋତ୍ରାଙ୍କୁ ଡେଟ କରୁଥିବାର । ଏବେ ଏହି ମାମଲାରେ ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ନିକଟରେ ଏହି ମାମଲା ଉପରେ ସେ ଆଲୋଚନା କରି ଏକ ସାକ୍ଷାତକାରରେ କହିଥିଲେ ଏହି ଭଳି ଖବରରେ ସେ ଦୁଇଜଣ ଖୁବ୍ ହସୁଛନ୍ତି । ଦୁଇଜଣ ଭଲ ବନ୍ଧୁ ବୋଲି ଲୋକେ ଏପରି ମିଥ୍ୟା ଚର୍ଚ୍ଚା କରିବାରେ ଲାଗିଛନ୍ତି । ଯେଉଁଥିରେ ତାଙ୍କୁ କୌଣସି ପ୍ରଭାବ ପଡୁନାହିଁ ।

ସେହିପରି ସେ ସନୟାଙ୍କଠୁ ଶିଖିଥିବା ତିନୋଟି ଶିକ୍ଷା ବିଷୟରେ କହିଥିଲେ ଯେ ସେ ତାଙ୍କଠୁ ବହୁତ କିଛି ଶିଖିଛନ୍ତି । ସେ ସବୁବେଳେ ଠିକ୍ କଥା କୁହନ୍ତି । ସନୟା ଜଣେ ଅନ୍ତର୍ମୁଖୀ ଝିଅ ହୋଇଥିବା ବେଳେ ସେ ଜଣେ ବହିର୍ମୁଖୀ ଝିଅ । ହେଲେ ତାଙ୍କଠୁ ନିଜ ଉପରେ କଣ୍ଟ୍ରୋଲ କରିବା ଗୁଣ ଶିଖିଛନ୍ତି । କାମ ପ୍ରତି ତାଙ୍କ ଉତ୍ସାହିତରୁ ମଧ୍ୟ ଅନେକ ଜିନିଷ ସେ ଶିଖିଛନ୍ତି ।

ନିଜ ଧର୍ମର ଏବଂ ଲାଳନପାଳନ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ । ଆଉ କହିଥିଲେ, ‘ଧର୍ମନିରପେକ୍ଷ ଭାରତ ପାଇଁ ଆଦର୍ଶ ଝିଅ ଭଳି ମୁଁ ଅନୁଭବ କରୁଛି । ଆମ ଦେଶର ସୌନ୍ଦର୍ଯ୍ୟ ହେଉଛି ଯେ ନିଜ ପରି ରହି ନିଜ ଧର୍ମକୁ ସମ୍ମାନ ଦେଇ ସମସ୍ତଙ୍କୁ ଗ୍ରହଣ କରି ପାରୁଛେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.