ମୁମ୍ବାଇ: କଙ୍ଗନା ରଣାୱତଙ୍କୁ ଆଉ ଏକ ଝଟକା । କୃଷକ ଆନ୍ଦୋଳନରେ ବିବାଦୀୟ ଟ୍ବିଟ କରି ଫସିଲେ ସେ । ଏବେ ତାଙ୍କୁ ଦିଲ୍ଲୀର ଶିଖ ଗୁରୁଦ୍ବାରା ପରିଚାଳନା କମିଟି (ଡିଏସଜିଏମସି) ଦ୍ବାରା ଏକ ଆଇନଗତ ନୋଟିସ ପଠାଯାଇଛି । କମିଟିର ସଭାପତି ଶୁକ୍ରବାର ନୋଟିସ ଜାରି ସେହି ବିବାଦୀୟ ଟ୍ବିଟ ହଟାଇବାକୁ ଦାବି କରିଛନ୍ତି ।
ଆଉ ନିଜ ବୟାନରେ ଡିଏସଜିଏମସିର ସଭାପତି ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି, ଜଣେ ଆନୋଳନକାରୀ ବୃଦ୍ଧାଙ୍କୁ 100 ଟଙ୍କାରେ ଉପଲବ୍ଧ ମହିଳା ବୋଲି କହି ତାଙ୍କ ଅପମାନଜନକ ଟ୍ବିଟ କରିଥିବାରୁ ଆମେ କଙ୍ଗନାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛୁ । କୃଷକଙ୍କ ବିରୋଧ ଉପରେ ତାଙ୍କ ସମ୍ବେଦନଶୀଳ ମନ୍ତବ୍ୟ ପାଇଁ ଆମେ ତାଙ୍କଠାରୁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରୁଛୁ ।
ପ୍ରକାଶ ଥାଉକି ଦେଶରେ ବର୍ତ୍ତମାନ ଚାଲିଥିବା କୃଷକ ଆନ୍ଦୋଳନରେ ବିବାଦୀୟ ଟ୍ବିଟ କରି କଙ୍ଗନା ଜଣେ ଆନ୍ଦୋଳନକାରୀଙ୍କୁ ଶାହିନବାଗର ଜେଜେମା ବିଲକିସ୍ ବାନୋ ବୋଲି ବର୍ଣ୍ଣନା କରିଥିଲେ । ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହେଲାଣି ।