ETV Bharat / sitara

ଚାଷୀ ଆନ୍ଦୋଳନକୁ ନେଇ ମୁହାଁମୁହିଁ ଅଜୟ-ଧାମି

author img

By

Published : Feb 4, 2021, 7:51 AM IST

ପୁଣି ଦୁଇ ସେଲିବ୍ରିଟିଙ୍କ ଟ୍ବିଟର ୱାର ଆରମ୍ଭ ହୋଇଛି । ଚାଷୀ ଆନ୍ଦୋଳନକୁ ନେଇ ଗତ ବର୍ଷ କଙ୍ଗନା ରଣାୱତ ଓ ଦିଲଜିତ ଦୋସାଞ୍ଝ ସୋସିଆଲ ମିଡିଆରେ ଲଢିଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ବଲିଉଡ ସେଲିବ୍ରିଟି ପରସ୍ପର ସହ ଲଢୁଥିବାର ନଜର ଆସୁଛନ୍ତି । ସେପଟେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ମାହୋଲ ଗରମ । ନିକଟରେ ହଲିଉଡ ପପ୍ ଗାୟିକା ତଥା ଅଭିନେତ୍ରୀ ରିହାନାଙ୍କ ଦ୍ବାରା କରାଯାଇଥିବା ଏକ ଟ୍ବିଟକୁ ନେଇ ବଢିଚାଲିଛି ବିବାଦ। ଯାହାକୁ ଆଧାର କରି ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି । ଇତିମଧ୍ୟରେ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ପଞ୍ଜାବୀ ଗାୟକ ଜାଜ୍ ଧାମି ମୁହାମୁହିଁ ହୋଇଛନ୍ତି ।

କଥାଟି ହେଲା ଯେ ଅଜୟ ଦେଶ ବିରୋଧରେ ଖରାପ ବାର୍ତ୍ତା ପ୍ରଚାର ପ୍ରସାର କରିବାକୁ ମନା କରିଛନ୍ତି । ସେପଟେ ସେ ଏକ ଟ୍ବିଟରେ ଲେଖିଥିଲେ, ‘ଭାରତ କିମ୍ବା ଭାରତୀୟ ନୀତି ବିରୁଦ୍ଧରେ କୌଣସି ମିଥ୍ୟା ପ୍ରଚାରେ ପଡନ୍ତୁ ନାହିଁ । ଏହି ସମୟରେ ସମସ୍ତେ ଏକଜୁଟ ହୋଇ ରହିବା ଗୁରୁତ୍ବପୂର୍ଣ୍ଣ ।’

ଏବେ ଅଜୟଙ୍କ ଏହି ଟ୍ବିଟ ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଫ୍ୟାନ୍ସ ତାଙ୍କ ଏହି କଥାର ସ୍ବାଗତ କରୁଥିବା ବେଳେ ପଞ୍ଜାବୀ ସେଲିବ୍ରିଟି କ୍ରୋଧିତ ନଜର ଆସୁଛନ୍ତି । ଅଜୟଙ୍କ ଟ୍ବିଟର ଜବାବରେ ଧାମି ଲେଖିଛନ୍ତି, ‘ଫାଲତୁ । ଘରେ ବସି ଟ୍ବିଟ କରିବା ଆପଣଙ୍କ ପାଇଁ କେତେ ସହଜ କାମ । ତୁମେ ତୁମ ପରିବାର ଜଣେ ବୟସ୍କ ସଦସ୍ୟଙ୍କୁ ଗୋଟିଏ ଦିନ ପାଇଁ ଏହି ଥଣ୍ଡାକୁ ପଠାଇ ଦେଖ, ବୁଝିପାରିବ କିପରି ଏମାନେ ଆନ୍ଦୋଳନ କରୁଛନ୍ତି । ଦୁଃଖଦ କଥା ହେଲା ଯେ ଗ୍ଲୋବାଲ ଷ୍ଟାର ରିହାନା ଭଳି ଝିଅ ଆପଣଙ୍କୁ ନିଦରୁ ଉଠାଉଛନ୍ତି । ଲଜ୍ୟା ଲାଗିବା କଥା ବଲିଉଡ ।’

  • Chamcha! So easy for you to put a tweet out sitting in comfort. Send your oldies out for 1 day in that cold and you'll understand what they are going through! The sad thing is it took a GLOBAL star like @rihanna to you wake you guys up. #shameonyoubollywood

    — JAZ DHAMI (@THEJAZDHAMI) February 3, 2021 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.