ETV Bharat / sitara

ଫରହାନ ଅଖତର ଅସୁସ୍ଥ - ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’

ବକ୍ସର ଅବତାରରେ ଶୀଘ୍ର ପରଦାକୁ ଫେରିବେ ଫରହାନ ଅଖତର । ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା ଫରହାନଙ୍କ ହାତରେ ଆଘାତ ଲାଗିବାକୁ ଅସୁସ୍ଥ ଅଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରହାନ ଅଖତର
author img

By

Published : Oct 14, 2019, 2:51 PM IST

Updated : Oct 14, 2019, 3:00 PM IST

ମୁମ୍ବାଇ: ଅଭିନେତା, ନିର୍ଦ୍ଦେଶକ ଓ ଗାୟକ ଫରହାନ ଅଖତର ନିଜର ଆଗାମୀ ଫିଲ୍ମ ‘ତୁଫାନ’ର ସୁଟିଂ ଜୋରସୋରରେ ଆରମ୍ଭ କରିଦେଇଛନ୍ତି । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସ ପାଇଁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ସୁଟିଂ ସମୟରେ ଆହତ ହୋଇ ତାଙ୍କ ହାତ ଭାଙ୍ଗିଯାଇଛି ।

ଯାହାର ସୂଚନା ଶନିବାର ଇନଷ୍ଟାଗ୍ରାମରେ ଏକ୍ସରେ ରିପୋର୍ଟ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି ଫରହାନ। ଫିଲ୍ମ ‘ତୁଫାନ’ରେ ସେ ଜଣେ ବକ୍ସରଙ୍କ ଭୂମିକାରେ ନଜର ଆସିବେ । ଫଟୋର କ୍ୟାପସନରେ ଲେଖିଛନ୍ତି, ‘ ମୋର ପ୍ରଥମ ବକ୍ସିଂ ଇନଜୋରୀ ମୋ ଆଙ୍ଗୁଠିର ପାଖରେ ହେୟରଲାଇନ ଫ୍ୟାକ୍ଚର ହୋଇଯାଇଛି ।’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ରାକେଶ ଓମପ୍ରକାଶ ।

ପ୍ରକାଶ ଥାଉକି ନିକଟରେ ଅଭିନେତା, ନିର୍ଦ୍ଦେଶକ ଓ ଗାୟକ ଫରହାନ ଅଖତରଙ୍କ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ ରିଲିଜ ହୋଇଥିଲା । ଫିଲ୍ମରେ ସେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯାଉଛନ୍ତି । ପାଖାପାଖି ଦୁଇ ବର୍ଷ ପରେ ବଲିଉଡକୁ କମବ୍ୟାକ କରିଥିବା ପିସିଙ୍କ ଯାଦୁ ଦର୍ଶକଙ୍କ ଉପରେ ଫିକା ପଡିଛି । କାରଣ ଫିଲ୍ମକୁ ଖାସ୍ ପ୍ରତିକ୍ରିୟା ମିଳିନାହିଁ ।

Intro:Body:

BLANK FOR LINK 

Conclusion:
Last Updated : Oct 14, 2019, 3:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.