ମୁମ୍ବାଇ: ବି-ଟାଉନର ନିର୍ଦ୍ଦେଶ, ଗାୟକ ଏବଂ ଅଭିନେତା ଫରହାନ ନିଜର ଆଗାମୀ ଫିଲ୍ମ 'ତୁଫାନ' ପାଇଁ ଜୋରସୋରରେ ଲାଗିପଡିଛନ୍ତି । ଫିଲ୍ମରେ ସେ ନିଜ ଲୁକକୁ ଫିଟ ରଖିବା ପାଇଁ କଡା ପରିଶ୍ରମ କରୁଛନ୍ତି । । ଏକଥା ଆମେ କହୁଁନାହୁଁ । ଏହାଜଣା ପଡୁଛି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ । ଆଜି ସେ ନିଜ ଇନଷ୍ଟାରେ ୱାର୍କଆଉଟ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି ।
ଏବେ ତାଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ସେୟାର କରି ଫରହାନ କ୍ୟାପସନରେ ଲେଖିଛନ୍ତି, "ଯଦି ଆପଣଙ୍କୁ ଲାଗୁଛି ଯେ ଦୁଇ ଘଣ୍ଟାର ସେଶନ ସମାପ୍ତ ହୋଇଯାଇଛି। ସେ ଆପଣଙ୍କୁ ଏହା ବନ୍ଦ କରିବାକୁ କହିଦିଅନ୍ତି । ଧନ୍ୟବାଦ ଡ୍ରିୟୁ ନିଲ ଓ ସମୀର ଜୌରା ।"
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି 'ତୁଫାନ'ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ରାକେଶ ଓମପ୍ରକାଶ ମେହରା । ଏହାପୂର୍ବରୁ ରାକେଶ 'ଭାଗ ମିଲ୍ଖା ଭାଗ' ଭଲି ସୁପରହିଟ୍ ଫିଲ୍ମ ତିଆରି କରିଥିଲେ । ଫରହାନ ମଧ୍ୟ ଏହି ଫିଲ୍ମରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ ।
'ତୁଫାନ' ଫିଲ୍ମରେ ଫରହାନ ଜଣେ ବକ୍ସର ଭୂମିକାରେ ନଜର ଆସିବେ । ଖାଲି ଏତିକି ନୁହେଁ ସେ ନିକଟରେ ଫିଲ୍ମ 'ଦ ସ୍କାଏ ଇଜ ପିଙ୍କ'ର ସୁଟିଂ ମଧ୍ୟ ଶେଷ କରିସାରିଛନ୍ତି । ଯେଉଁଥିରେ ତାଙ୍କ ସହ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନଜର ଆସିବେ । ସୋନାଲୀ ବୋଷଙ୍କ ଦ୍ବାରା ନିର୍ଦ୍ଦେଶିତ 'ଦ ସ୍କାଏ ଇଜ ପିଙ୍କ ଅକ୍ଟୋବର 11ରେ ରିଲିଜ ହେବାକୁ ଯାଉଛନ୍ତି ।