ମୁମ୍ବାଇ: ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ବଲିଉଡର ସବୁଠାରୁ ଆକର୍ଷଣୀୟ ଯୋଡି । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଛନ୍ତି, କିନ୍ତୁ ବର୍ତ୍ତମାନ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଫରହାନ୍ ଏବଂ ଶିବାନୀଙ୍କ ହାତଗଣ୍ଠି ପଡିପାରେ ।
ବଲିଉଡ ଲାଇଫକୁ ଇଣ୍ଡଷ୍ଟ୍ରିର ଏକ ସୂତ୍ର ଫରହାନ ଏବଂ ଶିବାନୀଙ୍କ ବିବାହ ବିଷୟରେ ସୂଚନା ଦେଇଛି । ଫରହାନ ଏବଂ ଶିବାନୀ ମାର୍ଚ୍ଚ ମାସରେ ମୁମ୍ବାଇରେ ଏକ ରାଜକୀୟ ବିବାହ କରିବାକୁ ଯୋଜନା କରିଛନ୍ତି। କିନ୍ତୁ କରୋନା ଯୋଗୁଁ ସେମାନେ ନିଜ ବିବାହକୁ ଇଣ୍ଟିମେଣ୍ଟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଫରହାନ ଏବଂ ଶିବାନୀ ବର୍ତ୍ତମାନ ନିକଟ ସମ୍ପର୍କୀୟ ଏବଂ ପରିବାରର ଉପସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
- " class="align-text-top noRightClick twitterSection" data="
">
ଫରହାନ ଏବଂ ଶିବାନୀ ଦୀର୍ଘ ଦିନ ଧରି ଏକାଠି ରହୁଛନ୍ତି । ସେମାନେ କରୋନା ମଧ୍ୟରେ ସେମାନଙ୍କ ବିବାହକୁ ଆଉ ବିଳମ୍ବ କରିବାକୁ ଚାହୁଁନାହାଁନ୍ତି । ସେଥିପାଇଁ ସେମାନେ ବର୍ତ୍ତମାନ ଏକ ଇଣ୍ଟିମେଣ୍ଟ ଓ୍ବେଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶିବାନୀ ଏବଂ ଫରହାନ୍ ବିବାହ ସ୍ଥାନ ପାଇଁ ଏକ 5 ତାରକା ହୋଟେଲ ମଧ୍ୟ ବୁକ୍ କରିଛନ୍ତି ।