ETV Bharat / sitara

ଦ୍ବିତୀୟ ଥର ପାଇଁ ବର ସାଜିବେ ଅଭିନେତା ଫରହାନ୍‌ ଅଖତର, ପଡିବ ହାତଗଣ୍ଠି - ବିବାହ କରିବେ ଫରହାନ୍‌ ଅଖତର ଏବଂ ଶିବାନୀ ଦାଣ୍ଡେକର

ବଲିଉଡର ସବୁଠାରୁ ଆକର୍ଷଣୀୟ ଯୋଡି ହେଉଛନ୍ତି ଅଭିନେତା ଫରହାନ୍‌ ଅଖତର ଏବଂ ଅଭିନେତ୍ରୀ ଶିବାନୀ ଦାଣ୍ଡେକର । ଉଭୟେ ନିଜ ସମ୍ପର୍କକୁ ନେଇ ବଲିଉଡରେ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଉଭୟେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଦ୍ବିତୀୟ ଥର ପାଇଁ ବର ସାଜିବେ ଅଭିନେତା ଫରହାନ୍‌ ଅଖତର, ପଡିବ ହାତଗଣ୍ଠି

author img

By

Published : Jan 17, 2022, 9:45 AM IST

ମୁମ୍ବାଇ: ବଲିଉଡରେ ଚାଲିଛି ବିବାହ ଋତୁ । କ୍ୟାଟ୍ରିନା ଓ ଭିକ୍କି କୌଶଲଙ୍କ ପରେ ଏବେ ଜଣକ ପରେ ଜଣେ ଅଭିନେତା ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧିହେଉଛନ୍ତି । ବଲିଉଡର ସବୁଠାରୁ ଆକର୍ଷଣୀୟ ଯୋଡି ହେଉଛନ୍ତି ଅଭିନେତା ଫରହାନ୍‌ ଅଖତର ଏବଂ ଅଭିନେତ୍ରୀ ଶିବାନୀ ଦାଣ୍ଡେକର । ଉଭୟେ ନିଜ ସମ୍ପର୍କକୁ ନେଇ ବଲିଉଡରେ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ଉଭୟେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ସେ ତାଙ୍କ ପୂର୍ବତନ ପତ୍ନୀ ଅଧୁନା ଭବାନୀଙ୍କ ଠାରୁ ଅଲଗା ହେବା ପରଠୁ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଦୀର୍ଘ ୩ ବର୍ଷ ହେଲା ଡେଟ୍ କରୁଥିଲେ ଏବଂ ପାର୍ଟିରେ ମଧ୍ୟ ଏକାଠି ନଜର ଆସୁଥିଲେ ।

ଏବେ ଉଭୟେ ନିଜ ରିଲେସନସିପରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ବିତୀୟ ଥର ପାଇଁ ବର ସାଜିବେ ଅଭିନେତା ଫରହାନ୍‌ ଅଖତର । ଆସନ୍ତା ଫେବୃଆରୀ ୨୧ରେ ଫରହାନ ଓ ଶିବାନୀ ବିବାହ କରିବେ । କିନ୍ତୁ କୋରୋନା ଯୋଗୁଁ ସେମାନେ ନିଜ ବିବାହକୁ କୌଣସି ଗ୍ରାଣ୍ଡ ସେଲିବ୍ରେସନ ନକରି ମୁମ୍ବାଇର ଏକ କୋର୍ଟରେ ଦୁହେଁ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବେ । ଫରହାନ ଏବଂ ଶିବାନୀ ବର୍ତ୍ତମାନ ନିକଟ ସମ୍ପର୍କୀୟ ଏବଂ ପରିବାରର ଉପସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫରହାନ୍‌ଙ୍କୁ ଶେଷଥର ପାଇଁ ‘ତୁଫାନ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏବେ ପୁଣି ଫିଲ୍ମ ‘ଜି ଲେ ଜରା’ ଫିଲ୍ମରେ ନିର୍ଦ୍ଦେଶନା ଦେବେ । ଏଥିରେ କ୍ୟାଟ୍ରିନା କୈଫ, ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କୁ ଏକାଠି ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.