ମୁମ୍ବାଇ: ରବିବାର ସକାଳେ ମୁମ୍ବାଇ ସ୍ଥିତ ବାନ୍ଦ୍ରା ନିବାସରେ 34 ବର୍ଷୀୟ ବଲିଉଡ ତଥା ଟିଭି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତାଙ୍କ ଆତ୍ମହତ୍ୟା ପଦକ୍ଷେପ ସମସ୍ତଙ୍କୁ ବଡ ଝଟକା ଦେଇଛି । ସେଲିବ୍ରିଟିଙ୍କଠୁ ନେଇ ଫ୍ୟାନ୍ସ ତାଙ୍କ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି । ଯୁଜର୍ସ ତାଙ୍କ ଫିଲ୍ମର ଭିଡିଓ, ପୁରୁଣା ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ହେଲେ ତାଙ୍କ ମୃତ ଶରୀର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା ଉପରେ ଅନେକ ଫ୍ୟାନ୍ସଙ୍କ ସହ ସେଲିବ୍ରିଟି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଫେମସ କୋରିଓଗ୍ରାଫର, ନିର୍ମାତା ତଥା ସୁଶାନ୍ତଙ୍କ ଭଲ ବନ୍ଧୁ ଫରାହ ଖାନ । ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
-
My friend #SushantSinghRajput has died tragically at a very young age!! STOP Circulating pictures of his death! This is a tragedy NOT entertainment!! Is this the world we live in now??!
— Farah Khan (@TheFarahKhan) June 14, 2020 " class="align-text-top noRightClick twitterSection" data="
">My friend #SushantSinghRajput has died tragically at a very young age!! STOP Circulating pictures of his death! This is a tragedy NOT entertainment!! Is this the world we live in now??!
— Farah Khan (@TheFarahKhan) June 14, 2020My friend #SushantSinghRajput has died tragically at a very young age!! STOP Circulating pictures of his death! This is a tragedy NOT entertainment!! Is this the world we live in now??!
— Farah Khan (@TheFarahKhan) June 14, 2020
ସେ ଟ୍ବିଟରରେ ୟୁଜର୍ସଙ୍କୁ ଅନୁରୋଧ କରିଛନ୍ତି ଯେ ଦୟା କରି ସୁଶାନ୍ତଙ୍କ ମୃତ ଶରୀରର ଫଟୋ ସେୟାର ନକରିବାକୁ ।ସେହିପରି ସେ ଟ୍ବିଟରେ ରାଗ ପ୍ରକାଶ କରି ଲେଖିଛନ୍ତି, ‘ମୋର ବନ୍ଧୁ ସୁଶାନ୍ତ ସିଂ ରାଜପୁତଙ୍କ ବହୁତ କମ ବୟସରେ ମୃତ୍ୟୁ ଘଟିଛି । ଦୟା କରି ତାଙ୍କ ମୃତ ଶରୀର ଫଟୋ ସେୟାର କରିବା ବନ୍ଦ କରନ୍ତୁ । ଏହା ଖୁବ୍ ଦୁଃଖଦାୟକ ଘଟଣା କୌଣସି ଏଣ୍ଟରଟେନମେଣ୍ଟ ନୁହେଁ । ଏମିତି ଦୁନିଆରେ ଆମେ ଏବେ ବଞ୍ଚୁଛି । ଯେଉଁଠାରେ ଜଣଙ୍କ ମୃତ୍ୟୁକୁ ମଧ୍ୟ ମଜାକ କରାଯାଉଛି ।’
-
A disturbing trend has been observed on Social Media platforms by Maharashtra Cyber that pictures of deceased actor Shri. Sushant Singh Rajput are being circulated, which are disturbing and in bad taste. (1/n)
— Maharashtra Cyber (@MahaCyber1) June 14, 2020 " class="align-text-top noRightClick twitterSection" data="
">A disturbing trend has been observed on Social Media platforms by Maharashtra Cyber that pictures of deceased actor Shri. Sushant Singh Rajput are being circulated, which are disturbing and in bad taste. (1/n)
— Maharashtra Cyber (@MahaCyber1) June 14, 2020A disturbing trend has been observed on Social Media platforms by Maharashtra Cyber that pictures of deceased actor Shri. Sushant Singh Rajput are being circulated, which are disturbing and in bad taste. (1/n)
— Maharashtra Cyber (@MahaCyber1) June 14, 2020
ଫରାହଙ୍କ ବ୍ୟତୀତ ଟିଭିର ଫେମସ ଅଭିନେତା ଏଲି ଗୋନି ମଧ୍ୟ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଆଉ ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଫଟୋ ସେୟାର ନକରିବା ପାଇଁ ।
ପ୍ରକାଶ ଥାଉକି ଏହାପୂର୍ବରୁ ମହାରାଷ୍ଟ୍ର ସାଇବର ପୋଲିସ ବିଭାଗ ସୁଶାନ୍ତଙ୍କ ମୃତ ଶରୀର ଫଟୋ ସୋସିଆଲ ମିଡିଆରେ ପ୍ରସାରଣ ପାଇଁ ଆଇନଗତ କାର୍ଯ୍ୟନୁଷ୍ଠାନ ସମ୍ପର୍କରେ ଚେତାବନୀ ଦେଇସାରିଛି । ମହାରାଷ୍ଟ୍ର ପୋଲିସ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ମଧ୍ୟ ୟୁଜର୍ସଙ୍କୁ ସୁଶାନ୍ତଙ୍କ ମୃତ ଶରୀର ଫଟୋ ଡିଲିଟ କରିବାକୁ କହିଛି ।