ETV Bharat / sitara

ଦିଲ୍ଲୀ ବିଧାୟକ ମଜିନ୍ଦର ବିରୋଧରେ ବାହାରିଲେ ଷ୍ଟାର୍ସଙ୍କ ପ୍ରଶଂସକ - MLA

ଦିଲ୍ଲୀ ବିଧାୟକ ମଜିନ୍ଦର ସିଂହ ସିରସାଙ୍କ ଉପରେ ରାଗିଲେ ବଲିଉଡ ପ୍ରଶଂସକ । ମଜିନ୍ଦର ବଲିଉଡ ଷ୍ଟାର୍ସଙ୍କ ଉପରେ ଆଣିଥିବା ଡ୍ରଗ୍ସ ଅଭିଯୋଗ ବିରୋଧରେ ସାମ୍ନାକୁ ଆସିଲେ କଳାକାରଙ୍କ ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 1, 2019, 2:44 PM IST

ମୁମ୍ବାଇ: ଦିଲ୍ଲୀ ବିଧାୟକ ମଜିନ୍ଦର ସିଂହ ସିରସା ବଲିଉଡ କଳାକାରଙ୍କ ଉପରେ ଗତ କାଲି ଆଣିଥିବା ସଙ୍ଗିନ ଅଭିଯୋଗର ବିରୋଧ କରି ସାମ୍ନାକୁ ଆସିଛନ୍ତି କଳାକାରଙ୍କ ଫ୍ୟାନ୍ସ । ଗତ କାଲି ଭାଇରାଲ ହୋଇଥିବା ଫିଲ୍ମ ନିର୍ମାତା କରନ ଜୋହରଙ୍କ ହାଉସ ପାର୍ଟି ଭିଡିଓକୁ ଆଧାର କରି ମଜିନ୍ଦର ସିଂହ ସିରସାା ଅଭିନେତା ରଣବୀର କପୁର, ବିକ୍କୀ କୌଶଲ, ଅର୍ଜୁନ କପୁର, ମଲାଇକା ଆରୋରା, ଶାହିଦ କପୁର, ଅୟାନ ମୁଖର୍ଜୀଙ୍କ ଉପରେ ଡ୍ରଗ୍ସ ନେଉଥିବା ଆରୋପ ଲଗାଇ ଏକ ଟ୍ବିଟ କରିଥିଲେ ।

ଭିଡିଓ ସୌଜନ୍ୟ: ଟ୍ବିଟର

କରନଙ୍କ ଭିଡିଓକୁ ରିଟ୍ବିଟ କରି ବଲିଉଡ କଳାକାରଙ୍କ କାର୍ଯ୍ୟକୁ ନିନ୍ଦା କରୁଛନ୍ତି ବୋଲି କହିଥିଲେ ମଜିନ୍ଦର ସିଂହ ସିରସା । ଯାହା ପରେ ଏହି ଖବରଟି ନିଆଁ ପରି ସୋସିଆଲ ମିଡିଆରେ ବ୍ୟାପିଥିଲା। ଏବେ ଷ୍ଟାର୍ସଙ୍କ ଫ୍ୟାନ୍ସ ଟ୍ବିଟରେ ମଜିନ୍ଦରଙ୍କୁ କଡା ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି । ବିନା କୌଣସି ସାକ୍ଷୀରେ ସେ କିପରି ଷ୍ଟାର୍ସଙ୍କ ଉପରେ ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ ପଚାରିଛନ୍ତି ଫ୍ୟାନ୍ସ । ଖାଲି ଏତିକି ନୁହେଁ ବି-ଟାଉନ ଷ୍ଟାର୍ସଙ୍କୁ ଏପରି କରିବା ଯୋଗୁ ଫ୍ୟାନ୍ସ ମଜିନ୍ଦରଙ୍କ ସାମାଲୋଚନା ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉକି ମଞ୍ଜିଦରଙ୍କ ଏହି ଟ୍ବିଟ ପରେ ମୁମ୍ବାଇର ପୂର୍ବତନ କଂଗ୍ରେସ ନେତା ମିଲିନ୍ଦ ଦେଓରା ମଧ୍ୟ ନିଜର କ୍ରୋଧଭରା ପ୍ରତିକ୍ରିୟା ଦେଇଥିଲେ । ସେ ମଜିନ୍ଦରଙ୍କୁ କଡା ଜବାବରେ କହିଥିଲେ ଯେଉଁ ବିଷୟରେ ଜାଣିନାହାଁନ୍ତି ସେ ବିଷୟରେ ମିଛ କୁହନ୍ତୁ ନାହିଁ ବୋଲି ଏକ ଟ୍ବିଟ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.