ହାଇଦ୍ରାବାଦ: ସବୁବେଳେ ଚର୍ଚ୍ଚାରେ ନିଜକୁ ରଖିବାକୁ ଚାହୁଁଥିବା ରାକ୍ଷୀ ସାୱନ୍ତ ଏବେ ନିଜ ଇଂରାଜୀ ପାଇଁ ଚର୍ଚ୍ଚାରେ । ନିକଟରେ ରାକ୍ଷୀ କାଫି ହଟ ଫଟୋସୁଟ କରେଇଥିବା ବେଳେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିଛନ୍ତି ।
ଏହାସହ ଫଟୋର କ୍ୟାପସନ ଇଂରାଜୀରେ ଦେଇଥିଲେ ତେବେ ଏହାକୁ ନେଇ ୟୁଜର୍ସମାନେ ଅନେକ ଟ୍ରୋଲ କରିବା ସହ ମଜାକ ମଧ୍ୟ ଉଡେଇଛନ୍ତି । ଇଂରାଜୀ ବନାନରେ ଭୁଲ ଥିବା କାରଣରୁ ଥଟ୍ଟାର ଶିକାର ହୋଇଛନ୍ତି ରାକ୍ଷୀ ।
ତେବେ ରାକ୍ଷୀ ଆଗକୁ ଫିଲ୍ମ ଧାରା-370ରେ ନଜର ଆସିବେ । ଏହାସହ ବିଗବସ-13ରେ ମଧ୍ୟ ନଜର ଆସିପାରନ୍ତି । ପ୍ରକାଶ ଥାଉକି, ରାକ୍ଷୀଙ୍କୁ 2006ରେ ମଧ୍ୟ ବିଗବସରେ ଦେଖିବାକୁ ମିଳିଥିଲା ।