ETV Bharat / sitara

ମ୍ୟୁଜିକ ଦୁନିଆରେ ଇମରାନ

author img

By

Published : Feb 13, 2021, 8:10 AM IST

ଆସନ୍ତା 17ରେ ରିଲିଜ ହେବାକୁ ଯାଉଛି ଇମରାନଙ୍କ ଡେବ୍ୟୁ ମ୍ୟୁଜିକ ଆଲବମ ‘ଲୁଟ୍ ଗୟା’ । ରୋମାଣ୍ଟିକ ଅନ୍ଦାଜ ନେଇ ଫେରିବେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ବଲିଉଡର ସିରିୟଲ କିସର ନାମରେ ଚର୍ଚ୍ଚିତ ଇମରାନ ହାସମୀଙ୍କ ରୋମାଣ୍ଟିକ ଅନ୍ଦାଜ ପୁଣି ଦେଖିବାକୁ ଯାଉଛନ୍ତି ଦର୍ଶକ । ଏଥର ମ୍ୟୁଜିକ ଭିଡିଓରେ ସେ ଆସିବେ ନଜର। ତାଙ୍କ ଅପକମିଂ ରୋମାଣ୍ଟିକ ସିଙ୍ଗଲ ଟାଇଲେଟ ‘ଲୁଟ୍ ଗୟା’କୁ ନେଇ ଉତ୍ସାହିତ ଫ୍ୟାନ୍ସ । ସେହିପରି ଗୀତରେ ଇମରାନଙ୍କ ଅପୋଜିଟ୍ ଦେଖାଯିବେ ଯୁକ୍ତି ଥରେଜା ।

ଏହି ରୋମାଣ୍ଟିକ ଗୀତର ପ୍ରଯୋଜନା ଟି-ସିରିଜରେ କରାଯାଇଥିବା ବେଳେ ଏହାକ କମ୍ପୋଜ କରିଛନ୍ତି ତାନିସ୍କ ବାଗଚି। ଆଉ ଏହାର ଲିରିକ୍ସ ଲେଖିଛନ୍ତି ମୋନଜ ମୁନ୍ତାଶିର । ସେହିପରି ଗୀତଟିକୁ ଗାଇଛନ୍ତି ଜୁବିନ ନୌଟିଆଲ।

ଗୀତ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇ ଇମରାନ ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ପ୍ରୋମିଜ ଡେ ୱିଶ କରି କ୍ୟାପସନରେ ଲେଖିଥିଲେ, ‘ମଣିଷ ଚାଲିଗଲା ପରେ ମଧ୍ୟ ପ୍ରେମ ରୁହେ। ଲଭ ୟୁ ଟୁ ଡେଥ୍ । 17ରେ ରିଲିଜ ହେବ ଲୁଟ୍ ଗୟା।’

ପ୍ରକାଶ ଥାଉକି ଏହାବ୍ୟତୀତ ଇମରାନ ଆଉ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ସେ ପ୍ରଥମଥର ଭାଇଜାନ ସଲମାନ ଖାନଙ୍କ ସହ ପରଦାରେ ନଜର ଆସିବେ । ହେଲେ ହିରୋ ହୋଇ ନୁହେଁ ଭିଲେନ ହୋଇ ଲଢିବେ ସେ । ଆଜ୍ଞା ହଁ, ବହୁ ଚର୍ଚ୍ଚିତ ଫିଲ୍ମ ‘ଟାଇଗର 3’ରେ ତାଙ୍କୁ କାଷ୍ଟ କରିଛନ୍ତି ମେକର୍ସ । ମାର୍ଚ୍ଚରେ ଆରମ୍ଭ ହେବ ଫିଲ୍ମର ସୁଟିଂ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.