ETV Bharat / sitara

ଇମରାନ ସେୟାର କଲେ 'ଚେହରା' ଲୁକ - chehre

ଅମିତାଭଙ୍କ ପରେ ଏବେ ଇମରାନଙ୍କ 'ଚେହରା' ଲୁକ ଦେଖି ଖୁସି ଫ୍ୟାନ୍ସ । ଯାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଇମରାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଇମରାନ ହାସମୀ
author img

By

Published : Jun 22, 2019, 8:49 PM IST

ମୁମ୍ବାଇ: ଖୁବ ଶୀଘ୍ର ବିଗ-ବି ଅମିତାଭ ବଚ୍ଚନ ଓ ଇମରାନ ହାସମୀ ଏକାଠି ଫିଲ୍ମ 'ଚେହରା'ରେ ନଜର ଆସିବେ । ପ୍ରଥମଥର ଦର୍ଶକ ଏହି ଦୁଇ ଅଭିନେତାଙ୍କୁ ଏକାଠି ଦେଖିବାକୁ ଯାଉଛନ୍ତି । ବର୍ତ୍ତମାନ 'ଚେହରା'ର ସୁଟିଂ ଶେଷ କରିସାରିଛନ୍ତି ଏହି ଦୁଇ ଷ୍ଟାର । ଇତିମଧ୍ୟରେ ଫିଲ୍ମ ସେଟରୁ ଇମରାନଙ୍କ ଭିନ୍ନ ଲୁକ ସାମ୍ନାକୁ ଆସିଛି ।

ଯାହାକୁ ନିଜ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି ଇମରାନ । ଏହାର କ୍ୟାପସନରେ ସେ ଲେଖକ ଓ ନିର୍ଦ୍ଦେଶକ ରୁମୀ ଜାଫରୀଙ୍କ ଲେଖା ଯାଇଥିବା କବିତାର ଦୁଇ ଲାଇନ ଲେଖିଛନ୍ତି ।

"ଲାକ୍ଷ ଲଗାଦେ ଜମାନା ଉଜାଲେଂ ପେ ପେହରେ, ସାମା ସେ ଭି ହୋତେ ହେଁ ରୋଶନ ଚେହରେ" ଏହି କବିତାଟି ଇମାରନଙ୍କ ଫଟୋରେ ଲେଖାଯାଇଥିବାର ଦେଖିବାକୁ ମିଳିଛି । ଏହାସହ ସେ ଫିଲ୍ମର ସୁଟିଂ ଶେଷ ହୋଇସାରିଛି ବୋଲି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ରୁମୀ । ଅନ୍ୟପଟେ ଫିଲ୍ମର ନିର୍ମାଣ କାର୍ଯ୍ୟ ମୋଶନ ପିକ୍ଚର୍ସ ଏବଂ ସରସ୍ବତୀ ଏଣ୍ଟରଟେନମେଣ୍ଟ ମିଶି କରିଛନ୍ତି । ଫିଲ୍ମଟିକୁ ଆସନ୍ତା ବର୍ଷ ଫେବୃଆରୀ 21ରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ । ଫିଲ୍ମରେ ଅନୁ କପୁର, ରଘୁବୀର ଯାଦବ ମଧ୍ୟ ଭୂମିକାରେ ଦେଖାଯିବେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.