ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଈସି) ଟିଭିର ଦୁଇ ପପୁଲାର ଧାରାବାହିକ ନିର୍ମାତାଙ୍କ ପାଖକୁ ଲିଗାଲ ନୋଟିସ ପଠାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନାର ପ୍ରଚାର କରି କଥିତ ରୂପେ ଆଚରଣ ବିଧିର ଉଲ୍ଲଂଘନ କରିବା ଯୋଗୁ ନିର୍ବାଚନ ଆୟୋଗ ନୋଟିସ୍ ଜାରି କରିଛି । ମହାରାଷ୍ଟ୍ର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଦିଲୀପ ସିନ୍ଦେ ଆଜି କହିଛନ୍ତି କି 'ଜି ଟିଭି' ଏବଂ 'ଆଣ୍ଡ ଟିଭି'ରେ ପ୍ରସାରିତ ଦୁଇ ଟିଭି ଧାରାବାହିକ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ବିଷୟରେ ଅଭିଯୋଗ ମିଳିଥିଲା ।
ଦିଲୀପ କହିଛନ୍ତି ଯେ ଅଭିଯୋଗ ଉପରେ ଆଲୋଚନା କରି ନିର୍ବାଚନ ଆୟୋଗ ମଙ୍ଗଳବାର ସମ୍ପୃକ୍ତ ଧାରାବାହିକ ନିର୍ମାତାଙ୍କୁ ନୋଟିସ ପଠାଇଛନ୍ତି ଏବଂ ଗୋଟିଏ ଦିନ ମଧ୍ୟରେ ଏହାର ଜବାବ ମଧ୍ୟ ମାଗିଛନ୍ତି । ଜବାବ ମିଳିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କଂଗ୍ରେସ ସୋମବାର ନିର୍ବାଚନ ଆୟୋଗ ସହ ସମ୍ପର୍କ କରିଥିଲା ଏବଂ କେନ୍ଦ୍ର ସରକାରର ଯୋଜନା ଏବଂ ଶାସନରେ ଥିବା ପାର୍ଟିର ନେତାଙ୍କ ପ୍ରଶଂସା କରୁଥିବାର ସାମଗ୍ରୀ ଦେଖାଇ ଆଚରଣ ବିଧିର ଉଲ୍ଲଂଘନ କରିଛି । ସେହି ଦୁଇ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ମଧ୍ୟ କରିଥିଲା ।
ମହାରାଷ୍ଟ୍ର କଂଗ୍ରେସ କହିଛି କି ନିର୍ବାଚନ ଆୟୋଗ ନିର୍ମାତା ଏବଂ ଦୁଇ ଧାରାବାହିକ କଳକାରଙ୍କ ସହ ଭାଜପା ବିରୋଧରେ ମକଦ୍ଦମା ଦାୟର କରାଯିବା କଥା । କଂଗ୍ରେସ ମହାସଚିବ ସଚିନ ସାୱାନ୍ତ କହିଛନ୍ତି ଯେ, ଏହା ଏକ ଆଶ୍ଚର୍ଯ୍ୟଜନକ ମାମଲା । ସତ୍ତାରେ ଥିବା ପାର୍ଟି ନିଜ ଯୋଜନା ଏବଂ ନେତାଙ୍କୁ ଆଗକୁ ନେବା ପାଇଁ ଟେଲିଭିଜନ ଧାରାବାହିକର ବ୍ୟବହାର କରିଛନ୍ତି । ଏହାସହ କଂଗ୍ରେସ ନିର୍ବାଚନ ଆୟୋଗକୁ ଦୁଇ ଧାରାବାହିକର ଭିଡିଓ କ୍ଲିପ ମଧ୍ୟ ପଠାଇଛି ।