ETV Bharat / sitara

ସୁଶାନ୍ତଙ୍କ ନାମରେ ଫଣ୍ଡ ମାଗି ହଟହଟା ଏକତା

author img

By

Published : Aug 19, 2020, 12:39 PM IST

ସୋସିଆଲ ମିଡିଆରେ ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଲେ ପପୁଲାର ନିର୍ମାତା ଏକତା । ଏଥର ତାଙ୍କୁ ସୁଶାନ୍ତଙ୍କ ପାଇଁ କରାଯାଉଛି ଟ୍ରୋଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: ବାଲାଜୀ ଟେଲିଫିଲ୍ମସର ମାଲିକିଆଣି ଓ ଡେଲି ସୋପ କୁଇନ ଏକତା କପୁର ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେବାରେ ଲାଗିଛନ୍ତି । ବର୍ତ୍ତମାନ ଟ୍ବିଟରରେ ତାଙ୍କୁ ଟ୍ରୋଲ କରାଯାଇଛି । ଖାଲି ଏତିକି ନୁହେଁ #ShameOnEktaKapoor ହ୍ୟାସଟ୍ୟାଗ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ଏକତାଙ୍କ ବିରୋଧରେ ଏହି ହ୍ୟାସଟ୍ୟାଗରେ ଏଯାବତ ଲକ୍ଷ ଟ୍ବିଟ ଏ ରିଟ୍ବିଟ ହୋଇସାରିଲାଣି । ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଏହା ପଛରେ କାରଣ କଣ । ଯାହାପାଇଁ ଏକତାଙ୍କୁ ସୋସିଆଲ ମିଡିଆରେ ହଟହଟା ହେବାକୁ ପଡୁଛି । ତେବେ ଆସନ୍ତୁ ଜାଣିବା ଏହାର କାରଣ...

କଥାଟି ହେଲା ଯେ ଏକତା ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ନିକଟରେ ଏକ ଫଣ୍ଡ ପବିତ୍ର ରିସ୍ତା ଆରମ୍ଭ କରିଥିଲେ । ଯାହା ଜରିଆରେ ମେଣ୍ଟାଲ ହେଲ୍ଥ ବିଷୟରେ ସଚେତନା କରିବା ପାଇଁ ବ୍ୟବହାର କରାଯିବ । ସେ ଏହି ଫଣ୍ଡର ପୋଷ୍ଟରରେ ସୁଶାନ୍ତଙ୍କ ଫଟୋ ବ୍ୟବହାର କରିଛନ୍ତି । ସେହିପରି ପୋଷ୍ଟର ତଳେ ଫଣ୍ଡ ବିଷୟରେ ଏକ ମେସେଜ ମଧ୍ୟ ଲେଖିଛନ୍ତି । ଏହାକୁ ଆଧାର କରି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଲୋକଙ୍କ ଅନୁଯାୟୀ ସୁଶାନ୍ତଙ୍କ ଚେହେରା ବ୍ୟବହାର କରି ଏକତା ନିଜ ବିଜନେସ କରୁଛନ୍ତି ।

ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ମୃତ୍ୟୁ ବିଜନେସ କରିବା ପାଇଁ ନୁହେଁ । କିନ୍ତୁ ଏକତାଙ୍କ ପାଇଁ ମୃତ୍ୟୁ ବିଜନେସ ସହ ସମାନ ।’ ସେହିପରି ଦ୍ବିତୀୟ ୟୁଜର ଲେଖିଛନ୍ତି, ‘ଲୋକ କେତେ ଫାଲତୁ ହୋଇଥାଆନ୍ତି । ନ୍ୟାୟ ପାଇଁ ସ୍ବର ଉଠାଉନାହାଁନ୍ତି ହେଲେ ଭିକ ମାଗି ଟଙ୍କା ଆୟ କରୁଛନ୍ତି ।’ ଏହିପରି ତାଙ୍କୁ ଅନେକ କମେଣ୍ଟ କରାଯାଇଥିବାର ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.