ମୁମ୍ବାଇ: ଆସନ୍ତାକାଲି ଦେଶ ପାଳିବ ଇଦ । ଇଦ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବଲିଉଡ ସେଲିବ୍ରିଟି । ଇଦର ଗୋଟିଏ ଦିନ ପୂର୍ବରୁ ଷ୍ଟାର୍ସ ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
'ଷ୍ଟ୍ରିଡ ଡାନ୍ସର' 3ଡି ଫିଲ୍ମରେ ବ୍ୟସ୍ତ ଥିବା ଅଭିନେତା ବରୁଣ ଧୱନ ଇଦର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, "ଆପଣଙ୍କୁ ଇଦ ମୁବାରଖ । ଶାନ୍ତି, ପ୍ରେମ ଏବଂ ଆଲୋକିତ ।" ସେହିପରି ମଲ୍ଲିକା ଶେରାୱତ ମଧ୍ୟ ଖାସ ଅନ୍ଦାଜରେ ଇଦର ଶୁଭେଚ୍ଛା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ସୋସିଆଲ ମିଡିଆରେ ଇଦର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, "ଆସନ୍ତୁ ସବୁବେଳେ ପ୍ରେମ, ଖୁସି ବିସ୍ତାର କରିବା । ଅନେକ ଅନେକ ସ୍ନେହ ।"
ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତା ସନ୍ନି ଦେଓଲ ମଧ୍ୟ ଏହି ଖାସ ଅବସରରେ ଫ୍ୟାନ୍ସଙ୍କୁ ଇଦର ଶୁଭେଚ୍ଛା ଦେଇଛନ୍ତି । ପ୍ରକାଶ ଥାଉକି ୟୁଏଇର ଗୋଟିଏ ଦିନ ପରେ ଭାରତରେ ଜୁନ 5ରେ ମିଠି ଇଦ ପାଳନ କରାଯିବ । ଗୋଟିଏ ମାସରୁ ରମଜାନ ପାଳନ କରିଆସୁଥିବା ମୁସଲମାନ ଭାଇଭଉଣୀ କାଲି ଇଦ ପାଳନ କରି ରମଜାନ ଭାଙ୍ଗିବେ ।