ETV Bharat / sitara

ସମସ୍ୟାରେ ଶିଳ୍ପାଙ୍କ ସ୍ବାମୀ, 4ରେ ଇଡିକୁ ଦେବେ ଉତ୍ତର

author img

By

Published : Oct 29, 2019, 12:13 PM IST

ବିବାଦ ଘେରରେ ଫଶିଲେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା । ଅଣ୍ଡରୱାର୍ଲ୍ଡ ଡନ ସହ ବିଜନେସକୁ ନେଇ ଚର୍ଚ୍ଚାରେ ରାଜ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ମିଳିଲା ବଡ ଝଟକା । ଏକ ବିବାଦକୁ ନେଇ ସାମ୍ନାକୁ ଆସିଛନ୍ତି ଏହି ଯୋଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଭେମ୍ବର 4ରେ ରାଜଙ୍କୁ ପଚରାଉଚରା କରିବ । ରାଜ ଉପରେ ଅଣ୍ଡରୱାର୍ଲ୍ଡ ଡନ ଇକବାଲ ମିର୍ଚା ସହ ବିଜନେସ ଡିଲିଙ୍ଗିସ କରିବାର ଅଭିଯୋଗ ଲାଗିଛି । କିନ୍ତୁ ଅନ୍ୟପଟେ ରାଜ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ।

ପ୍ରକାଶ ଥାଉକି ଇକବାଲକ ସମ୍ପତ୍ତିର କିଣାବିକା କରିବାରେ ମୁଖ୍ୟ ଭୂମିକା ଥିଲା ରଣଜୀତ ସିଂହ ବିନ୍ଦ୍ରା ଓ ରାଜଙ୍କର । ପାଖାପାଖି 225 କୋଟି ଟଙ୍କା ସମ୍ପତ୍ତି କିଣାବାକାରେ ବିନ୍ଦ୍ରାଙ୍କୁ ଗିରଫ କରାଯାଇଛି । ଇଡି ଅନୁଯାୟୀ ବିନ୍ଦ୍ରାଙ୍କ ରିୟଲ ଏଷ୍ଟେଟ କମ୍ପାନୀ ଆରକେଡବ୍ଲୁୟ ଡେଭେଲପର୍ସ ପ୍ରାଇଭେଟ ଲିମିଟେଡ ଏବଂ ଇସେନ୍ସନାଲ ହାସ୍ପିଟାଲିଟି ଲିମିଟେଡ ମଧ୍ୟରେ ଏହି ଯୁକ୍ତି ହୋଇଥିବାର ସୂଚନା ମିଳିଛି । ଇସେନ୍ସ ହସ୍ପିଟାଲିଟିର ନିର୍ଦ୍ଦେଶକ ଶିଳ୍ପା ।

ବାନ୍ଦ୍ରାଙ୍କ କମ୍ପାନୀ ଶିଳ୍ପାଙ୍କ କମ୍ପାନୀରେ ପାଖାପାଖି 44.11 କୋଟି ନିବେଶ କରିଥିଲା । ଆଉ 31.54 କୋଟି ଟଙ୍କାର ଋଣ ଦେଇଥିଲା । ସେହିପରି ଶିଳ୍ପାଙ୍କ କମ୍ପାନୀକୁ 2017, ଏପ୍ରିଲ ଏବଂ 2018 ମାର୍ଚ୍ଚ ମଧ୍ୟରେ 30.45 କୋଟି ଟଙ୍କା ଏବଂ 2016ରୁ 2017 ମାର୍ଚ୍ଚ ମଧ୍ୟରେ 117.17 କୋଟି ଟଙ୍କା ଋଣ ମିଳିଥିଲା । ଏହି ଡିଲ ବିଷୟରେ କୁନ୍ଦ୍ରାଙ୍କୁ ପଚରାଉଚରା ଯିବ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.