ETV Bharat / sitara

ରିୟାଙ୍କ ସହ ପରିବାରର ମୋବାଇଲ ଜବତ କଲା ଇଡି - ରିୟା ସହିତ ତାଙ୍କ ପରିବାରର ମୋବାଇଲ୍ ଜବତ କରିଛି

ସୁଶାନ୍ତଙ୍କ ମାମଲାରେ ମନି ଲଣ୍ଡରିଂ ଯାଞ୍ଚ କରୁଥିବା ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ (ଇଡି) ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରିଛି । ଅଧିକ ପଢନ୍ତୁ...

ed seizes mobiles and electronic gadgets of rhea
ରିୟାଙ୍କ ସହିତ ତାଙ୍କ ପରିବାରର ମୋବାଇଲ୍ ଜବତ କରିଛି ଇଡି
author img

By

Published : Aug 12, 2020, 10:14 PM IST

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମନି ଲଣ୍ଡରିଂ ଯାଞ୍ଚ କରୁଥିବା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କ ପିତା ଇନ୍ଦ୍ରଜିତ୍ ଏବଂ ଭାଇ ଶୋଭିକଙ୍କ ମୋବାଇଲ୍ ଫୋନ୍ ଜବତ କରିଛି ।

ଏହି ତଦନ୍ତର ଏକ ଅଂଶ ଭାବରେ ସେମାନଙ୍କ ଠାରୁ ଅନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମଧ୍ୟ ଜବତ କରିଛି । ରିୟା, ଶୋଭିକ୍ ଏବଂ ଇନ୍ଦ୍ରଜିତ୍ ଏଜେନ୍ସି ସହିତ ସେମାନଙ୍କର ସମ୍ପତ୍ତିର ବିବରଣୀ ସେୟାର କରିନାହାଁନ୍ତି ।

ସୂତ୍ରରୁ ପ୍ରକାଶ ଯେ ରିୟା ଏବଂ ସୁଶାନ୍ତଙ୍କ ମଧ୍ୟରେ ସେୟାର ହୋଇଥିବା ଏସଏମଏସକୁ ଡିଭାଇସରୁ ଡିଲିଟ କରାଯାଇଛି ନା ରିୟା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ କିମ୍ବା ସୁଶାନ୍ତଙ୍କ ସହଯୋଗୀଙ୍କ ସହ ସେୟାର କରାଯାଇଛି ତାହା ଜାଣିବା ପାଇଁ ଏଜେନ୍ସି ମୋବାଇଲ୍ ଫୋନ୍ ନେଇଛି ।

ଇଡି ଦ୍ୱାରା ପଚରାଉଚରା ବେଳେ ରିୟା ଅକ୍ଟୋବର 2019 ରେ ଇଟାଲୀ ଯାତ୍ରା ବିଷୟରେ ନିଜର ଅଭିଜ୍ଞତା ସେୟାର କରିଥିଲେ । ଯେତେବେଳେ ସେ ସୁଶାନ୍ତଙ୍କୁ ଏକ ହୋଟେଲ ରୁମରେ ଡିପ୍ରେସନରେ ଥିବା ଦେଖିଥିଲେ ।

ସୁଶାନ୍ତଙ୍କ ପୂର୍ବତନ ବ୍ୟବସାୟ ପରିଚାଳକ ତଥା ରିୟାଙ୍କ ବର୍ତ୍ତମାନର ପରିଚାଳକ ଶ୍ରୁତି ମୋଦୀ ଇଡିଙ୍କୁ କହିଛନ୍ତି ଯେ, ରିୟା ସ୍ୱର୍ଗତ ଅଭିନେତାଙ୍କ ସମସ୍ତ ବ୍ୟକ୍ତିଗତ ଏବଂ ବୃତ୍ତିଗତ ନିଷ୍ପତ୍ତି ନେଉଥିଲେ ।

ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତର ଦାୟିତ୍ବ ଅଗଷ୍ଟରେ ନେଇଥିଲେ ।

ପ୍ରକାଶ ଥାଉ କି, ଇଡି ଏପର୍ଯ୍ୟନ୍ତ ରିୟା, ଶୋଭିକ୍, ଇନ୍ଦ୍ରଜିତ୍, ସୁଶାନ୍ତଙ୍କ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ସନ୍ଦୀପ ଶ୍ରୀଧର, ହାଉସ୍ ମ୍ୟାନେଜର ସାମୁଏଲ୍ ମିରାଣ୍ଡା, ଫ୍ଲାଟମେଟ ସିଦ୍ଧାର୍ଥ ପଠାନି, ରିୟାଙ୍କ ସିଏ ରିତେଶ ଶାହା ଏବଂ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କ ବୟାନ ରେକର୍ଡ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.