ETV Bharat / sitara

Money laundering: ED ଫାସରେ ଜ୍ୟାକଲିନ, ୫ ଘଣ୍ଟା ଧରି ଚାଲିଲା ଜେରା - Jacqueline Fernandez

ଦୀର୍ଘ ୫ ଘଣ୍ଟା ଧରି ରାଜଧାନୀ ଦିଲ୍ଲୀରେ ସିଂହଳ ସୁନ୍ଦରୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ସୂଚନା ଅନୁଯାୟୀ, ଟଙ୍କା ହେରଫେର ତଥା ମନିଲଣ୍ଡରିଂ ମାମଲାରେ ରହିଛି ଜ୍ୟାକଲିନଙ୍କ କନେକ୍ସନ । ଅଧିକ ପଢନ୍ତୁ...

Money laundering: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରୁଛି ED

author img

By

Published : Aug 30, 2021, 7:16 PM IST

ନୂଆଦିଲ୍ଲୀ: ବଡ ମାମଲାରେ ଫସିପାରନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଦୀର୍ଘ ୫ ଘଣ୍ଟା ଧରି ରାଜଧାନୀ ଦିଲ୍ଲୀରେ ସିଂହଳ ସୁନ୍ଦରୀଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ସୂଚନା ଅନୁଯାୟୀ, ଟଙ୍କା ହେରଫେର ତଥା ମନିଲଣ୍ଡରିଂ ମାମଲାରେ ରହିଛି ଜ୍ୟାକଲିନଙ୍କ କନେକ୍ସନ ।

ମନିଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ବୟାନ ରେକର୍ଡ କରୁଛି ଇଡି । ମୁକେଶ ଚନ୍ଦ୍ର ଶେଖରଙ୍କ ସହ ରହିଛି ଏହି ମାମଲାର ଲିଙ୍କ୍‌ । ୨୩ ଅଗଷ୍ଟରେ ତିହାର ଜେଲ ଭିତରୁ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ ୨୦୦ କୋଟି ଟଙ୍କା ବଟି ଆଦାୟ କରିଥିବା ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର ଓ ଫିଲ୍ମ ଅଭିନେତ୍ରୀ ଲିନା ପାଲଙ୍କ ଚେନ୍ନାଇ ସ୍ଥିତ ବଙ୍ଗଳାରେ ଚଢାଉ କରିଥିଲା ଇଡି । ଚଢାଉ ସମୟରେ ମୋଟା ଆକାରର ନଗଦ ଟଙ୍କା ସମେତ ୧୫ଟି ଦାମୀ କାର ଜବତ ହୋଇଥିଲା ।

ନିକଟରେ ତିହାର ଜେଲରୁ ବଡ ବ୍ୟବସାୟୀଙ୍କ ସ୍ତ୍ରୀଠାରୁ ୨୦୦ କୋଟି ଟଙ୍କା ବଟି ଆଦାୟ କରିଥିଲା ମୁକେଶ । ଏଥିରେ RBL ବ୍ୟାଙ୍କ ଅଧିକାରୀଙ୍କ ସମେତ ତିହାର ପ୍ରଶାସନର କିଛି କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।

ମୁକେଶର ନିକଟତର ଲିନା ପାଲଙ୍କୁ କ୍ରମାଗତ ଜେରା କରିଥିଲା ଇଡି । ମୁକେଶକୁ ଗିରଫ କରି EWO ହେପାଜତରେ ରଖିଛି ପୋଲିସ । ତେବେ ଏଥିରେ ଜ୍ୟାକଲିନଙ୍କର କଣ ହାତ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.