ETV Bharat / sitara

‘ଯୌତୁକର ଅର୍ଥ ଝିଅ ବିକ୍ରି କରିବା’ - ସିଦ୍ଧାର୍ଥ ମଲହୋତ୍ରା

ଖୁବ ଶୀଘ୍ର ପରଦାକୁ ଆସିବ ଜବରଦସ୍ତୀ ବିବାହ ଓ ଯୌତୁକ ଉପରେ ଆଧାରିତ ଫିଲ୍ମ ‘ଜବରିୟାଁ ଯୋଡି’ । ନିକଟରେ ଯୌତୁକକୁ ନେଇ ନିଜ ମତ ରଖିଛନ୍ତି ପରିଣୀତି ଚୋପ୍ରା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/parineetichopra
author img

By

Published : Aug 4, 2019, 9:55 PM IST

ହାଇଦ୍ରାବାଦ: ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ ଶୀଘ୍ର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ ‘ଜବରିୟାଁ ଯୋଡି’ରେ ନଜର ଆସିବେ । ଏହି ଫିଲ୍ମ ପ୍ରେମ ବିବାହ ଓ ଯୌତୁକ ବିବାହକୁ ନେଇ ନିର୍ମାଣ କରାଯାଉଛି । ବିହାରର ଜବରଦସ୍ତୀ କରାଯାଉଥିବା ବିବାହ ବିଷୟରେ ଫିଲ୍ମରେ ସ୍ପଷ୍ଟ ଚିତ୍ରଣ କରାଯାଇଛି ।

ଏନେଇ ପରିଣୀତି ଏକ ସାକ୍ଷାତକାରରେ ନିଜ ମତ ରଖିଥଲେ । ଭାରତରେ ଯୌତୁକ ଏକ ପ୍ରଚଳିତ ପ୍ରଥା ହୋଇଗଲାଣି ବୋଲି କହିଛନ୍ତି ପରିଣୀତି । ସେ ଏହା ମଧ୍ୟ କହିଥିଲେ,‘ସମସ୍ତେ ଜାଣନ୍ତି ଯୌତୁକ ପ୍ରଥା ଏକ ଅପରାଧିକ କାର୍ଯ୍ୟ ମାତ୍ର ସବୁ ଜାଣିକି ମଧ୍ୟ ଯୌତୁକ ପ୍ରଥା ଚାଲିଆସିଛି ଓ ଦୁଃଖର ବିଷୟ ଏହାକୁ ଲୋକେ ଉପହାରର ନାମ ଦେଉଛନ୍ତି । ଯୌତୁକର ସିଧା ଅର୍ଥ ହେଉଛି ଝିଅ ବିକ୍ରି କରିବା ।’

ପରିଣୀତି ଏହା ମଧ୍ୟ କହିଥିଲେ କି ଜବରଦସ୍ତୀ ବିବାହ ଓ ଯୌତୁକ ବିବାହକୁ ସେ ସମର୍ଥନ କରନ୍ତି ନାହିଁ । ଯେତେବେଳେ ଯୌତୁକ ମାଗିବା ନକମିବା ସେ ଯାଏଁ ଜବରଦସ୍ତୀ ବିବାହ ମଧ୍ୟ କମିବ ନାହିଁ । ସେ ଝିଅଙ୍କ ଉପରେ ଦାମ ନଲଗାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.