ନୂଆଦିଲ୍ଲୀ: ସାଇବରବାଦ ପୋଲିସ କମିଶନରେ ପ୍ଲାଜମା ଦାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସିପି ସଜଜନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜମୌଲି ଏବଂ ସଙ୍ଗୀତ ନିର୍ଦ୍ଦେଶକ ଏମ.ଏମ କିରାବାନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ଏହି ଅବସରରେ ରାଜମୌଲି ପ୍ଲାଜମା ଦାତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରାଜମୌଲି କହିଛନ୍ତି, ପ୍ଲାଜମା ଦାନ କରିବାକୁ ଭୟ କରିବା ଉଚିତ୍ ନୁହେଁ । କୋଭିଡ ସଙ୍କଟରେ ଥିବା ବ୍ୟକ୍ତି ଅତି ସାବଧାନତାର ସହ ରହିବା ଆବଶ୍ୟକ । ଯଦି ଆପଣ କରୋନା ସଂକ୍ରମଣ ଚିହ୍ନଟ ହୁଅନ୍ତି, ତେବେ ଏଥିରେ କୌଣସି ଅସୁବିଧା ନାହିଁ । କୋଭିଡ ମାମଲାରେ କେବେ ମଧ୍ୟ ଅବହେଳା କରିବା ଉଚିତ ନୁହେଁ । କରୋନା ସଂକ୍ରମିତମାନେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଉଚିତ ।
ଏଥିସହିତ ରାଜମୌଲି ମଧ୍ୟ ତାଙ୍କର ପ୍ଲାଜମା ଦାନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ।