ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା 'ଭାରତ' ଫିଲ୍ମରେ ଅଭିନୟ ଜରିଆରେ ଫ୍ୟାନ୍ସଙ୍କୁ ଦିୱାନା କରିଥିଲେ ଅଭିନେତ୍ରୀ ଦିଶା ପଟାନୀ । ତେବେ ବର୍ତ୍ତମାନ ସମୟରେ ଦିଶା ଆଗାମୀ ଫିଲ୍ମ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବର୍ତ୍ତମାନ ତାଙ୍କୁ ନେଇ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ତାଙ୍କ ଫ୍ୟାନ୍ସ ନିହାତି ଦୁଃଖିତ ହେବେ । ନିଜର ଆଗାମୀ ଫିଲ୍ମ 'ମଲଙ୍ଗ'ର ସୁଟିଂରେ ବ୍ୟସ୍ତ ଥିବା ଦିଶାଙ୍କୁ ସେଟରେ ଆଘାତ ଲାଗିଛି । ଅଧିକ ଯାନ୍ତ୍ରଣା ହେଉଥିବାରୁ ତାଙ୍କୁ ସେଟରେ ହିଁ ଇନଜେକ୍ସନ ଦିଆଯାଇଛି ।
- " class="align-text-top noRightClick twitterSection" data="
">
ଏହି ସମୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ସେୟାର କରିଛି ତାଙ୍କ ଫ୍ୟାନକ୍ଲବ । ଇନଜେକ୍ସନ ଦିଆଯିବା ସମୟରେ ଦିଶା ମୁହଁ ଅନ୍ୟପଟକୁ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହା ସହ ସେ ଇନଜେକ୍ସନ ଦେଇଥିବା ଡାକ୍ତରଙ୍କୁ ଧନ୍ୟବାଦ ମଧ୍ୟ କହିଛନ୍ତି ।
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓର କ୍ୟାପନସରେ କୁହାଯାଇଛି ଯେ ଦିଶାଙ୍କୁ 'ମଲଙ୍ଗ' ସୁଟ ସମୟରେ ଆଘାତ ଲାଗିଛି । ଅନ୍ୟପଟେ ତାଙ୍କ ଫ୍ୟାନ୍ସଙ୍କୁ କମେଣ୍ଟରେ 'ଗେଟ ୱିଲ ସୁନ' ଲେଖିବାରେ ଲାଗିଛନ୍ତି ।
ପ୍ରକାଶ ଥାଉକି 'ମଲଙ୍ଗ' ଏକ ମଲ୍ଟି ଷ୍ଟାରର ଫିଲ୍ମ । ଫିଲ୍ମରେ ଦିଶାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ହ୍ୟାଣ୍ଡସମ ଅଭିନେତା ଆଦିତ୍ୟ ରାୟ କପୁର । ଫିଲ୍ମରେ ଅନିଲ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ ।