ମୁମ୍ବାଇ: ପୁଣି ଚର୍ଚ୍ଚାରେ ଶାହିଦ କପୁର ଏବଂ କିଆରା ଆଡଭାନି ଷ୍ଟାରର ଫିଲ୍ମ 'କବୀର ସିଂ' । କିନ୍ତୁ ଏଥର ଚର୍ଚ୍ଚା ଫିଲ୍ମର ଲୋପପ୍ରିୟତା ପାଇଁ ନୁହେଁ ବରଂ ଏକ ହତ୍ୟାକୁ ନେଇ । ତେବେ କଣ ରହିଛି ପୁରା ଘଟଣା । ଜାଣିବା ପାଇଁ ପଢନ୍ତୁ...
କିଛିଦିନ ପୂର୍ବରୁ ଅଶ୍ବନି ନାମକ ଜଣେ ଯୁବକ ନିକିତା ନାମକ ଜଣେ ଯୁବତୀଙ୍କର ହତ୍ୟା କରିଥିଲେ । ତେବେ ଏହି ହତ୍ୟା ପୂର୍ବରୁ ସେ ନିଜର ସୋସିଆଲ ମିଡିଆରେ କବୀର ସିଂର ଏକ ଡାଇଲଗ ଲେଖିଥିଲେ । ଏହି ପୁରା ମାମଲାରେ ଏବେ ମୁହଁ ଖୋଲିଛନ୍ତି କବୀର ସିଂର ନିର୍ଦ୍ଦେଶକ ସନ୍ଦୀପ ଭାଙ୍ଗା ।
ତେବେ ହତ୍ୟାକାରୀ ଅଶ୍ବନୀ କୁମାର ହତ୍ୟା ପୂର୍ବରୁ ନିଜର ଟିକଟକ୍ ଆକାଉଣ୍ଟରେ ଏକ ଡାଇଲଗ୍ ଲେଖିଥିଲେ । ସେ ଲେଖିଥିଲେ 'ଜୋ ମେରା ନହିଁ ହୋ ସକା ଉସେ କିସି ଔର କା ହୋନେ କା ମୈକା ନେହିଁ ଦୁଗାଁ' । ତେବେ ଏଠାରେ ଆପଣଙ୍କୁ କହିରଖୁଛୁ ଏହି ଡାଇଲଗଟି ହେଉଛି କବୀର ସିଂ ଫିଲ୍ମର ।
ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ଏବେ ନିଜର ମତ ରଖିଛନ୍ତି ନିର୍ଦ୍ଦେଶକ ସନ୍ଦୀପ । ସେ କହିଛନ୍ତି, ମୁଁ ସେ ଯୁବତୀଙ୍କ ପାଇଁ ଦୁଃଖିତ । ମୋତେ ଏହା ଜାଣିବା ପରେ ଖୁବ୍ ଖରାପ ଲାଗୁଛି । ଜଣେ ଫିଲ୍ମ ନିର୍ମାତା ହିସାବରେ ମୁଁ ଏଥିପାଇଁ ଦାୟୀ । ଆମକୁ ଏହି ବିଷୟରେ ବିଚାର କରିବା ଉଚିତ୍ । କିନ୍ତୁ ମୋ ଫିଲ୍ମ କେବେ କାହାର ହତ୍ୟା କରିନାହିଁ । କବୀର ସିଂ ଏବଂ ଅର୍ଜୁନ ରେଡ୍ଡୀ ହତ୍ୟାକାରୀ ନଥିଲେ ।
ଏଠାରେ ସୂଚନାଯୋଗ୍ୟ, ଉକ୍ତ ଯୁବତୀଙ୍କ ହତ୍ୟା ପରେ ଯୁବକ ଜଣଙ୍କ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ । ତେବେ ମୃତ ଯୁବତୀ ନିକିତା ଯୁବକଙ୍କ ପ୍ରେମ ପ୍ରସ୍ତାବରେ ରାଜି ନହେବାରୁ ସେ ଏପରି ନାରକୀୟ କାଣ୍ଡ ଭିଆଇଥିଲେ ।