ETV Bharat / sitara

ଲିଟିଲ ସିଂଘମର ଜନ୍ମଦିନ ଧୁମଧାମ ରୂପେ ପାଳନ କରିବେ ରୋହିତ

ରୋହିତଙ୍କ ବଡ ଘୋଷଣା । ଅଗଷ୍ଟ 15ରେ ସେଲିବ୍ରେଟ କରିବେ ଲିଟିଲ ସିଂଘମଙ୍କ ବର୍ଥଡେ । ଯାହା ପାଇଁ ସେ ଲଞ୍ଚ କରିବେ ଏକ ମ୍ୟୁଜିକ ଭିଡିଓ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରୋହିତ ସେଟ୍ଟୀ
author img

By

Published : Aug 13, 2020, 8:17 PM IST

ମୁମ୍ବାଇ: ଲିଟିଲ ସିଂଘମ ନିଜ ଦୁଇ ବର୍ଷ ପୂରଣ ଅବସରରେ ଦର୍ଶକଙ୍କ ପାଇଁ ଏକ ବଡା ଧମାକା କରିବାକୁ ଯାଉଛନ୍ତି । ଏଥର ସ୍ବାଧୀନତା ଦିବସରେ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏହି ଲିଟିଲ ସିଂଘମର ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଶୋ ରୋହିତଙ୍କ ନିର୍ଦ୍ଦେଶିତ ଓ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଂଘମ’ର ଆନିମେଶନ ଭର୍ସନ।

ଏହି ଅବସରରେ ରେହିତ ନିକଟରେ କହିଥିଲେ, ‘ଯେବେ ମୁଁ ଶୋ ସିଂଘମକୁ ନିର୍ମାଣ କରିଥିଲେ ମୋତେ ଅନ୍ଦାଜା ନଥିଲା ଯେ ଏହା ଏତେ ବଡ ଶୋ ସାଜିବ । ଯାହାକୁ ପୁରା ଦେଶର ଛୁଆ ପସନ୍ଦ କରୁଛନ୍ତି । ସିଂଘମର ଜନ୍ମଦିନ ଧୁମଧାମରେ କରିବା ପାଇଁ ନିର୍ମାତା ଏକ ମ୍ୟୁଜିକ ଭିଡିଓ ଲଞ୍ଚ କରିବେ । ଯେଉଁଥିରେ ସିଂଘମର ବନ୍ଧୁ ଓ ଶତ୍ରୁ ସମସ୍ତେ ସାମିଲ ହେବେ ।’

ପ୍ରକାଶ ଥାଉକି ଲିଟିଲ ସିଂଘମ ଜନ୍ମଦିନରେ ପୁରା ଦେଶରୁ ମିଳିବାକୁ ଯାଉଥିବା ଶୁଭେଚ୍ଛାକୁ ମଧ୍ୟ ଏହି ମ୍ୟୁଜିକ ଭିଡିଓରେ ପର୍ଯ୍ୟବେଶିତ କରାଯିବ । ଖାଲି ଏତିକି ନୁହେଁ ସେହି ପିଲାଙ୍କ ପ୍ରଶଂସା ମଧ୍ୟ କରାଯିବ, ଯେଉଁମାନେ ଏହି ଶୋ ଦ୍ବାରା ଅନୁପ୍ରାଣିତ ହୋଇ ପରିବାରର ସାହାଯ୍ୟ କରୁଛନ୍ତି ।

ସେହିପରି ଲିଟିଲ ସିଂଘମର ଅନଲାଇନ ଭିଡିଓ ଗେମ ମଧ୍ୟ ଖୁବ୍ ପପୁଲାର ହୋଇସାରିଲାଣି । ଏହି ଅବସରରେ ସିଂଘମର ନୂଆ ଅବତାର ଗେମରେ ଦେଖିବାକୁ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.