ETV Bharat / sitara

ସୁଶାନ୍ତଙ୍କ ଫୋନ କଲ ମିସ କରୁଛନ୍ତି ମୁକେଶ

author img

By

Published : Jul 14, 2020, 2:02 PM IST

ପୁଣି ସୋସିଆଲ ମିଡିଆରେ ନିଜ ଭାଇ ମାନୁଥିବା ସ୍ବର୍ଗୀୟ ଅଭିନେତା ସୁଶାନ୍ତଙ୍କ ପାଇଁ ପୋଷ୍ଟ କଲେ ମୁକେଶ ଛାବ୍ରା । ପୂର୍ବରୁ କରିସାରିଛନ୍ତି ଅନେକ ଇମୋଶନାଲ ପୋଷ୍ଟ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୁକେଶ ଛାବଡା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୁକେଶ ଛାବଡା

ମୁମ୍ବାଇ: ଆଜିଠୁ ଠିକ୍ ମାସ ପୂର୍ବେ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତ । ତାଙ୍କ ମୃତ୍ୟୁକୁ 30 ଦିନ ବିତିଗଲାଣି । ହେଲେ ତାଙ୍କ ଭଲ ବନ୍ଧୁ ତଥା ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ର ଡେବ୍ୟୁ ନିର୍ଦ୍ଦେଶକ ମୁକେଶ ଛାବ୍ରା ଏଯାବତ ତାଙ୍କୁ ମନେ ପକାଇ ଭାବୁକ ନଜର ଆସୁଛନ୍ତି । ତାଙ୍କ ମୃତ୍ୟୁରେ ସେ ପୂର୍ବରୁ ଅନେକ ଦୁଃଖଭରା ପୋଷ୍ଟ କରିସାରିଛନ୍ତି। ଆଉ ଏବେ ପୁଣି ଏକ ଇମୋଶନାଲ ପୋଷ୍ଟ କରି ସମସ୍ତଙ୍କୁ ଭାବୁକ କରିଦେଇଛନ୍ତି ।

ସେ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଏକ ମାସ ବିତିଗଲାଣି ଆଜି। ଆଉ କେବେ ମଧ୍ୟ ତୁମ ଫୋନ ଆସିବ ନାହିଁ ।’ ଏହାସହ ସେ ସୁଶାନ୍ତଙ୍କ ସହ କିଛି ଶାନଦାର ଫଟୋ ସେୟାର ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉକି ମୁକେଶଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ ଏମାସ 24 ତାରିଖ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି। ଯାହାର ଘୋଷଣା ନିକଟରେ ହୋଇଥିଲା। ସେହିପରି କିଛି ଦିନ ପୂର୍ବରୁ ଫିଲ୍ମର ଦମଦାର ଟ୍ରେଲର ଆଉ ଟାଇଟେଲ ଟ୍ରାକ ରିଲିଜ ହୋଇଥିଲା । ଯାହା ନୂଆ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.