ମୁମ୍ବାଇ: ଦୀର୍ଘ ସମୟରୁ କମେଡି ଡ୍ରାମା ଫିଲ୍ମ ‘ଫିକରେ’ର ତୃତୀୟ ପାର୍ଟକୁ ନେଇ ଉତ୍ସାହିତ ଦର୍ଶକ। ଯାହା ଉପରେ ବର୍ତ୍ତମାନ କାମ ଚାଲିଛି। ହେଲେ ଏଥର କମେଡି ସହ ବିଶ୍ବର କୋଭିଡ-19 ସ୍ଥିତିକୁ ସାମିଲ କରିବାକୁ ଯାଉଛନ୍ତି ମେକର୍ସ । ଯାହାର ଖୁଲାସା କରିଛନ୍ତି ନିର୍ଦ୍ଦେଶକ ମୃଗଦୀପ ସିଂ ଲାମ୍ବା।
ସେ କହିଛନ୍ତି ଯେ ‘ଫୁକରେ’ ଏବଂ ‘ଫୁକରେ ରିଟର୍ଣ୍ଣସ’ ପରି ତୃତୀୟ ଭାଗରେ ମଧ୍ୟ ମନୋରଞ୍ଜନ ଏବଂ ସାମାଜିକ ବାର୍ତ୍ତା ରହିବ। ତାଙ୍କ ଟିମ ଏଥିପାଇଁ କାର୍ଯ୍ୟ କରୁଛିନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ଏହାର ଖୁଲାସା କରିଥିଲେ ସେ । ଫିଲ୍ମରେ ଏକ ଶକ୍ତିଶାଳୀ ବାର୍ତ୍ତା ମଧ୍ୟ ରହିବ ଯାହାକୁ ଲୋକମାନେ ମନେ ରଖିବେ । ହେଲେ ଏହାକୁ ମଜାଳିଆ ଢଙ୍ଗରେ ପର୍ଯ୍ୟବେଶିତ କରାଯିବ । ପୂର୍ବ ଫିଲ୍ମ କାହାଣୀରେ କାହାଣୀରେ କୋଭିଡ-19 ଉଲ୍ଲେଖ କରାଯାଇନଥିଲା । କିନ୍ତୁ ଆମେ ତଥାପି ଚିନ୍ତା କରୁଛୁ କିପରି କୋଭିଡ -19 ପରିସ୍ଥିତିକୁ ଫିଲ୍ମରେ ପର୍ଯ୍ୟବେଶିତ କରିବୁ । ବର୍ତ୍ତମାନ ଏହି ବିଷୟରେ ଆଲୋଚନା ଚାଲିଛି ବୋଲି କହିଛନ୍ତି ମୃଗଦୀପ।
ପ୍ରକାଶ ଥାଉକି, ଲକଡାଉନ ପୂର୍ବରୁ ଏହା ଏହା ଉପରେ କାମ ଆରମ୍ଭ ହୋଇଥିଲା। ପରେ ଯାହାକୁ ସ୍ଥଗିତ କରିଦେଇଥିଲେ ମେକର୍ସ । ଫିଲ୍ମରେ କାହାଣୀକୁ ନେଇ 80 ପ୍ରତିଶତ କାମ ଶେଷ ହୋଇସାରିଛି । ପରିସ୍ଥିତି ସ୍ବାଭାବିକ ହେଲା ପରେ ଫିଲ୍ମର ଉପରେ କାମ ଆରମ୍ଭ କରିବେ ମେକର୍ସ ।