ETV Bharat / sitara

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଉପରେ ନିର୍ମାଣ ହେବ ୱେବ ସିରିଜ - ମନୀଷ ବାଶ୍ଚଲ୍ୟଙ୍କ ନୂଆ ୱେବ ସିରିଜ

ନିଜ ଆଗାମୀ ୱେବ ସିରିଜକୁ ନେଇ ଚର୍ଚ୍ଚାରେ ଫେମସ ନିର୍ଦ୍ଦେଶକ ମନୀଷ ବାଶ୍ଚଲ୍ୟ। ହେଲେ ଏଥର ସେ ଓଟିଟି ପ୍ଲାଟଫର୍ମରେ ଦର୍ଶକଙ୍କ ପାଇଁ ଆଣିବେ ଗ୍ୟାଙ୍ଗଷ୍ଟାର କାହାଣୀ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 18, 2020, 6:30 PM IST

ମୁମ୍ବାଇ: ‘ଦଶହରା’, ‘ଜିନା ହେ ତୋ ଠୋକ ଡାଲ’ ଓ ‘ସ୍କଟଲ୍ୟାଣ୍ଡ’ ଭଳି ଫିଲ୍ମର ନିର୍ଦ୍ଦେଶନା କରିସାରିଥିବା ଫେମସ ନିର୍ଦ୍ଦେଶକ ମନୀଷ ବାଶ୍ଚଲ୍ୟଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ଖୁବଶୀଘ୍ର ବାସ୍ତବ କାହାଣୀକୁ ନେଇ ନିଜ ଆଗାମୀ ୱେବ ସିରିଜ ନିର୍ଦ୍ଦେଶିତ କରିବାକୁ ଯାଉଛନ୍ତି । ସେ ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେ ଉପରେ ୱେବ ସିରିଜ କରିବାର ଯୋଜନା କରିଛନ୍ତି।

ଏହି କଥାର ଖୁଲାସା ସେ ଏକ ସାକ୍ଷାତକାରରେ କରିଥିଲେ । ଆଉ କହିଥିଲେ ବିକାଶ ଦୁବେ ଉପରେ ସେ ୱେବ ସିରିଜ କରିବେ। ହେଲେ ଏଯାବତ ସେ କେଉଁ ଷ୍ଟାର୍ସଙ୍କୁ ଏଥିରେ କାଷ୍ଟ କରିବେ ଚୟନ କରିନାହାଁନ୍ତି । ଖାଲି ଏତିକି ନୁହେଁ ସେ ଏହି ୱେବ ସିରିଜ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବେ ତାହା ମଧ୍ୟ ଠିକ୍ ସ୍ଥିର କରିନାହାଁନ୍ତି।

ସେ ବିକାଶ ଦୁବେକୁ ପ୍ରଥମଥର ଟିଭିରେ ଦେଖିଥିଲେ । ଯାହାପରେ ସେ ତାଙ୍କ ବିଷୟରେ ସୂଚନା ଏକଜୁଟ କରିଥିଲେ । ଏହା ଜଣାପଡିବା ପରେ ତାଙ୍କ ପାଖକୁ ଅନେକ ନିର୍ମାତାଙ୍କ ଫୋନ ଆସିବା ଆରମ୍ଭ ହୋଇଥିଲା । କାରଣ ନିର୍ମାତାଙ୍କୁ କେହି ସୂଚନା ଦେଇଛନ୍ତି ଯେ ସେ ବିକାଶ ଉପରେ ୱେବ ସିରିଜ ନିର୍ଦ୍ଦେଶକ କରିବାକୁ ଯୋଜନା କରୁଛନ୍ତି ବୋଲି ସାକ୍ଷାତକାରରେ କହିଥିଲେ ମନୀଷ ।

ପ୍ରକାଶ ଥାଉକି ସିରିଜର ଟାଇଟେଲ ସେ ‘ହନକ’ ରଖିଛନ୍ତି । ଯାହାର କାହାଣୀ ମୃଦୁଲ କପିଲ ଓ ସୁବୋଧ ପାଣ୍ଡେ ଲେଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.