ମୁମ୍ବାଇ: କୋରୋନା ଭାଇରସ ସୋମବାର 48 ବର୍ଷ ବୟସରେ ପଦାର୍ପଣ କରିଥିବା ଫେମସ ନିର୍ମାତା କରନ ଜୋହରଙ୍କ ଘରେ ପ୍ରବେଶ କରିଛି। ତାଙ୍କ ଘରେ କାମ କରୁଥିବା ଦୁଇ ଷ୍ଟାଫ କୋରୋନା ସଂକ୍ରମିତ ହେବା ଖବର ସାମ୍ନାକୁ ଆସିଛି ।
ଏହାର ସୂଚନା ମିଳିବା ପରେ ବିଏମସି ତାଙ୍କ ଘର ଏବଂ ଏହାର ଆଖପାଖ ଅଞ୍ଚଳରେ ଡିସଇନଫେକ୍ଟ ପ୍ରକ୍ରିୟା ଆରମ୍ଭ କରିଛି। ଇତିମଧ୍ୟରେ କରନଙ୍କ ମା' ହୀରୁ ଜୋହରଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜକୁ ସାଇନିଟାଇଜିଂ କରୁଥିବାର ନଜର ଆସୁଛନ୍ତି।
ପ୍ରକାଶ ଥାଉକି କରନଙ୍କ ପୂର୍ବରୁ ବି-ଟାଉନ ନିର୍ମାତା ବୋନି କପୁରଙ୍କ ଘରୁ କୋରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ପ୍ରଥମେ ତାଙ୍କର ଜଣେ 23 ବର୍ଷିୟ ଷ୍ଟାଫ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାର କିଛି ଦିନ ପରେ ଆଉ ଦୁଇ ଷ୍ଟାଫଙ୍କ କୋରୋନା ଟେଷ୍ଟ ପଜେଟିଭ ବାହାରିଥିଲା । ଯାହା ପରେ ପୁରା କପୁର ପରିବା ନିଜକୁ ହୋମ କ୍ବାରେଣ୍ଟିନରେ ଏାବତ ରଖିଛନ୍ତି।