ETV Bharat / sitara

ସୁଶାନ୍ତଙ୍କ ପାଇଁ ଫ୍ଲପ ହୋଇଥିଲା ସୋନମଙ୍କ ‘ଦ ଜୋୟା ଫ୍ୟାକ୍ଟର’

author img

By

Published : Jul 18, 2020, 1:17 PM IST

ନିର୍ଦ୍ଦେଶକ ଅଭିଷେକ ଶର୍ମାଙ୍କ ବଡ ଖୁଲାସା। ସୁଶାନ୍ତଙ୍କ ସୁପରହିଟ୍ ଫିଲ୍ମ ‘ଛିଛୋରେ’କୁ ନେଇ ଦେଲେ ଆଶ୍ଚର୍ଯ୍ୟକର ବୟାନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ଶେଷଥର ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ନଜର ଆସିଥିଲେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଫେମସ ନିର୍ଦ୍ଦେଶକ ଅଭିଷେକ ଶର୍ମା । ହେଲେ ଏହି ଫିଲ୍ମ ବକ୍ସ ଅଫିସରେ ଖାସ୍ କମାଲ କରିପାରିନଥିଲା। ଏବେ ଅଭିଷେକ ଫିଲ୍ମକୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। କାରଣ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ‘ଦ ଜୋୟା ଫ୍ୟାକ୍ଟର’ ଫ୍ଲପ ହୋଇଥିଲା ବୋଲି ଜଣାଇଛନ୍ତି ସେ।

ସେ ଏକ ସାକ୍ଷାତକାରରେ ଯୋଗ ଦେଇ ନିକଟରେ କହିଥିଲେ ଯେ ‘ଦ ଜୋୟା ଫ୍ୟାକ୍ଟର’ ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ ଓ ‘ଡ୍ରିମ ଗାର୍ଲ’ ପାଇଁ ଫ୍ଲପ ହୋଇଥିଲା । କାରଣ ସେହି ସମୟରେ ସିନେମାହଲରେ ଏହି ଦୁଇଟି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ ଜମିଥିଲା । ଯାହାଦ୍ବାରା ତାଙ୍କ ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିପାରିଲା ନାହିଁ ।

‘ଛିଛୋରେ’ ଓ ‘ଡ୍ରିମ ଗାର୍ଲ’ ଗୋଟିଏ ସପ୍ତାହ ପୂର୍ବରୁ ରିଲିଜ ହୋଇଥିଲା । ଆଉ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ ମଧ୍ୟ କରୁଥିଲା । ଆଉ ପରେ ରିଲିଜ ହୋଇଥିଲା ତାଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’। ଯାହାଦ୍ବାରା ଦର୍ଶକଙ୍କ ମନ କିଣିବାରେ ଫିଲ୍ମ ଅସଫଳ ରହିଲା । ଯଦି ‘ଛିଛୋରେ’ ପରେ ହୋଇଥାଆନ୍ତେ ତେବେ ଆମ ଫିଲ୍ମକୁ ଦର୍ଶକ ଦେଖିଥାଆନ୍ତେ ବୋଲି କହିଥିଲେ ଅଭିଷେକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.