ETV Bharat / sitara

'ଦିଲ ବେଚେରା'ର ନୂଆ ପୋଷ୍ଟର ରିଲିଜ, କାଲି ଟ୍ରେଲର - 'ଦିଲ ବେଚେରା' ର ନୂଆ ପୋଷ୍ଟର ରିଲିଜ

ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ଯାହା ସହିତ ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ ଫିଲ୍ମର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ଜୁଲାଇ 6 ରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ...

dil bechara trailer to be out on july 6
'ଦିଲ ବେଚେରା' ର ନୂଆ ପୋଷ୍ଟର ରିଲିଜ,କାଲି ଆସିବ ଟ୍ରେଲର
author img

By

Published : Jul 5, 2020, 7:05 PM IST

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ଯାହା ସହିତ ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ ଫିଲ୍ମର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ଜୁଲାଇ 6 ରେ ମୁକ୍ତିଲାଭ କରିବ ।

ଫିଲ୍ମର ନିର୍ଦ୍ଦେଶକ ମୁକେଶ ଛାବ୍ରା ଏବଂ ଅଭିନେତ୍ରୀ ସଞ୍ଜନା ସାଙ୍ଗୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଦିଲ ବେଚେରା'ର ନୂଆ ପୋଷ୍ଟର ସେୟାର କରି ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି ।

'ଦିଲ ବେଚେରା' ଚଳଚ୍ଚିତ୍ର ସହିତ ସଞ୍ଜନା ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଜୁଲାଇ 24 ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ମୁକେଶ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଲେଖିଛନ୍ତି, କେବଳ ତୁମ ପାଇଁ ଭଲପାଇବା ।

ସଞ୍ଜନା ମଧ୍ୟ ଫିଲ୍ଲର ପୋଷ୍ଟର ସେୟାର କରି ଲେଖିଥିଲେ, "ମୋନି ବିନା କିଜି ପୂରା ଅଧୁରା । ଏହା ମୋର ସବୁଠାରୁ ପ୍ରିୟ ସଟ ଅଟେ ।

ସୈଫ ଅଲି ଖାନ ଏହି ଫିଲ୍ମରେ କମେଡିଆନ ଭୂମିକାରେ ନଜର ଆସିବେ । ସଂଗୀତକାର ଏଆର୍ ରହମାନ ଏବଂ ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଛି ଫିଲ୍ମର ଗୀତ । ପ୍ରକାଶ ଥାଉ କି, ଜୁନ୍ 14 2020 ରେ ସୁଶାନ୍ତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.