ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚେରା’ ଦେଖିବାକୁ ବ୍ୟାକୁଳ ସମସ୍ତେ । ଦୀର୍ଘ ସମୟରୁ ଏହାର ଟ୍ରେଲ ଦେଖିବାକୁ ଉତ୍ସାହିତ ଥିବା ଦର୍ଶକ ପରିଶେଷରେ ଟ୍ରେଲର ଦେଖି ଖୁସି ହେବା ସହ ଦୁଃଖୀ ମଧ୍ୟ ହୋଇଯାଇଛନ୍ତି । ଏବେ ଟ୍ରେଲରକୁ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ସୁଶାନ୍ତଙ୍କୁ ମନେ ପକାଇ ଟ୍ରେଲରେ ତାଙ୍କ ହସ ଚେହେରାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି ଫ୍ୟାନ୍ସ । ସେହିପରି ଟ୍ରେଲରର ଦେଖିବାକୁ ମିଳିଥିବା ସୁଶାନ୍ତଙ୍କ ଏକ ସିନର ଖୁବ୍ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ...
କଥାଟି ହେଲା ଯେ ଭାଇରାଲ ହେଉଥିବା ସିନରେ ସୁଶାନ୍ତ ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କୁ ଗାର୍ଲଫ୍ରେଣ୍ଡ ହେବା ବିଷୟରେ ପଚାରୁଛନ୍ତି । ଏହି ସିନଟି ସୁଶାନ୍ତଙ୍କ ଟି-ସର୍ଟ ପାଇଁ ଚର୍ଚ୍ଚାରେ ଅଛି । ଆଉ ତାଙ୍କ ଟି-ସାର୍ଟରେ ଯାହା ଲେଖା ଯାଇଛି ତାହାକୁ ସମ୍ପୃକ୍ତ କରି ଫ୍ୟାନ୍ସ ଟ୍ବିଟ କରିବାରେ ଆରମ୍ଭ କରିଦେଇଛନ୍ତି ।
-
His T-shirt explains his last feeling that he need HELP#DilBecharaTrailer pic.twitter.com/is0ScOFiPh
— Ain't_yours🌈 (@yours_loved_one) July 6, 2020 " class="align-text-top noRightClick twitterSection" data="
">His T-shirt explains his last feeling that he need HELP#DilBecharaTrailer pic.twitter.com/is0ScOFiPh
— Ain't_yours🌈 (@yours_loved_one) July 6, 2020His T-shirt explains his last feeling that he need HELP#DilBecharaTrailer pic.twitter.com/is0ScOFiPh
— Ain't_yours🌈 (@yours_loved_one) July 6, 2020
ପ୍ରକାଶ ଥାଉକି ତାଙ୍କ ଟି-ସର୍ଟରେ Help ଲେଖାଯାଇଛି । ଫ୍ୟାନ୍ସଙ୍କ ଅନୁଯାୟୀ ସୁଶାନ୍ତ ଫିଲ୍ମରେ ମଧ୍ୟ ନିଜ ରିୟଲ ଲାଇଫ ବିଷୟରେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିଲେ । ନିଜ ଟି-ସର୍ଟ ଜରିଆରେ ସୁଶାନ୍ତ ଲୋକଙ୍କୁ ସାହାଯ୍ୟ ମାଗୁଥିଲେ ।
-
No words to say....!#justiceforsushantsinghrajputforum #DilBecharaTrailer #CBIforShushantSinghRajput pic.twitter.com/hdtR4eoTy7
— Sandesh Narnaware (@sandeshnarnawre) July 6, 2020 " class="align-text-top noRightClick twitterSection" data="
">No words to say....!#justiceforsushantsinghrajputforum #DilBecharaTrailer #CBIforShushantSinghRajput pic.twitter.com/hdtR4eoTy7
— Sandesh Narnaware (@sandeshnarnawre) July 6, 2020No words to say....!#justiceforsushantsinghrajputforum #DilBecharaTrailer #CBIforShushantSinghRajput pic.twitter.com/hdtR4eoTy7
— Sandesh Narnaware (@sandeshnarnawre) July 6, 2020
ଜଣେ ୟୁଜର ଲେଖିଛନ୍ତି, ‘ତାଙ୍କ ଟି-ସର୍ଟର ଲେଖାରୁ ଜଣାପଡୁଛି ଯେ ତାଙ୍କୁ ସାହାଯ୍ୟର ଆବଶ୍ୟକ ଥିଲା ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘କହିବା ପାଇଁ ବର୍ତ୍ତମାନ କୌଣସି ଶବ୍ଦ ନାହିଁ । କେହି ମଧ୍ୟ ନୋଟିସ କରିପାରିଲେନାହିଁ ଯେ ତାଙ୍କୁ ସାହାଯ୍ୟର ଆବଶ୍ୟକ ଥିଲା ।’