ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଦମଦାର ଟ୍ରେଲର ସୋମବାର ରିଲିଜ ହୋଇଯାଇଛି । ରୋମାନ୍ସ ଓ ଇମୋଶନରେ ଭରପୁର ଫିଲ୍ମର ଏହି ଟ୍ରେଲରରେ ସୁଶାନ୍ତଙ୍କ ଅଭିନୟ ସମସ୍ତଙ୍କ ମନ କିଣିଛି । 2 ମିନିଟ 43 ସେକେଣ୍ଡର ଏହି ଟ୍ରେଲର ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଛି । ଫ୍ୟାନ୍ସଙ୍କୁ ଟ୍ରେଲର ଏତେ ପସନ୍ଦ ଆସିଛି ଯେ ନୂଆ ରେକର୍ଡ ସୃଷ୍ଟି କରିବାର ଏହା ସଫଳ । ରିଲିଜର ମାତ୍ର 24 ଘଣ୍ଟା ମଧ୍ୟରେ ଶାନଦାର ପ୍ରତିକ୍ରିୟା ହାସିଲ କରିସାରିଲାଣି ।
ଏଯାବତ ୟୁଟ୍ୟୁବରେ ‘ଦିଲ ବେଚାରା’ ଟ୍ରେଲରକୁ 2 କୋଟି 11 ଲକ୍ଷରୁ ଅଧିକଥର ଦେଖାସରିଲାଣି । ସେହିପରି 2 ଲକ୍ଷରୁ ଅଧକା କମେଣ୍ଟ ମିଳିଥିବା ବେଳେ 40 ଲକ୍ଷ ପାଖାପାଖି ଲାଇକ ମିଳିଛି ।
ପ୍ରକାଶ ଥାଉକି 2014ରେ ଆସିଥିବା ହଲିଉଡ ଫିଲ୍ମ ‘ଦ ଫଲ୍ଟ ଇନ ଆୱାର ଷ୍ଟାର୍ସ’ର ଏହା ହିନ୍ଦୀ ରିମେକ । ‘ଏକ ଥା ରାଜା ଏକ ଥି ରାନୀ ଦୋନୋ ମର ଗଏ ଖତମ କାହାମୀ’ ଏହି ଲାଇନରୁ ଆରମ୍ଭ ହେଉଛି ଫିଲ୍ମର ଟ୍ରେଲର । ଯାହାପରେ ହିରୋ-ହିରୋଇନଙ୍କ ବନ୍ଧୁତା, ପ୍ରେମ, ଯନ୍ତ୍ରଣା ସବୁ ଦେଖିବାକୁ ମିଳୁଛି । ସୁଶାନ୍ତଙ୍କ ସହ ଫିଲ୍ମରେ ନଜର ଆସିବେ ଡେବ୍ୟୁ ଅଭିନେତ୍ରୀ ସଞ୍ଜନା ସାଙ୍ଘୀ । ଏହା ତାଙ୍କର ଡେବ୍ୟୁ ଫିଲ୍ମ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିବା ମୁକେଶ ଛାବଡା ମଧ୍ୟ ଏହି ଫିଲ୍ମ ଜରିଆରେ ଡେବ୍ୟୁ କରୁଛନ୍ତି । ସେ ସୁଶାନ୍ତଙ୍କର ଜଣେ ଭଲ ବନ୍ଧୁ ମଧ୍ୟ ।
- " class="align-text-top noRightClick twitterSection" data="">
ଏମାସ 24 ତାରିଖରେ ଡିଜିଟାଲ ପ୍ଲାଟଫର୍ମ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବ ଫିଲ୍ମ । ଯାହାକୁ ନେଉ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।