ETV Bharat / sitara

ଛେପ ପକାଇ କୋଳିଳକଣ୍ଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କି କିଙ୍ଗ ଖାନ ? ଉଠିଲା ଏମିତି ପ୍ରଶ୍ନ - ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଶାହରୁଖ ଖାନ

ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାରରେ ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଦଦଲାନି ଯୋଗ ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ବଲିଉଡ ଅଭିନେତା ଶାହରୁଖ ଖାନ ଛେପ ପକାଇ ସ୍ବର ସାମ୍ରାଜ୍ଞୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅଭିଯୋଗ ହୋଇଛି । ଲୋକମାନେ ଶାହାରୁଖଙ୍କ ଛେପ ପକାଇବା ଉପରେ ଏବେ ପ୍ରଶ୍ନ ଉଠାଉଛନ୍ତି ? ଅଧିକ ପଢନ୍ତୁ

ଛେପ ପକାଇ ସୁର ସାମ୍ରାଜ୍ଞୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କିଙ୍ଗ ଖାନ ! ଲୋକେ ଉଠାଇଲେ ଏମିତି ପ୍ରଶ୍ନ

author img

By

Published : Feb 7, 2022, 12:37 PM IST

ହାଇଦ୍ରାବାଦ: ଧରାପୃଷ୍ଠରୁ ବିଦାୟ ନେଇଛନ୍ତି କୋକିଳକଣ୍ଠୀ ତଥା ଭାରତ ରତ୍ନ ଲତା ମଙ୍ଗେସକର । ଲତା ଦିଦିଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିବା ବେଳେ ଶିବାଜୀ ପାର୍କରେ ପଞ୍ଚଭୂତରେୁ ବିଲୀନ ହୋଇଛନ୍ତି ଲତା ମଙ୍ଗେସକର । ତାଙ୍କର ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଚିନ ତେନ୍ଦୁଲକର ଏବଂ ଶାହରୁଖ ଖାନଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ସମୟରେ ବଲିଉଡ ଅଭିନେତା ଶାହରୁଖ ଖାନ ଛେପ ପକାଇ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅଭିଯୋଗ ହୋଇଛି ।

ସୁର ସାମ୍ରାଜ୍ଞୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କିଙ୍ଗ ଖାନ

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ କ୍ରମାଗତ ଭାଇରାଲ ହେବାରେ ଲାଗିଛି । ଯାହା ଆଧାରରେ ଲୋକମାନେ ଏହି ଅଭିଯୋଗ କରୁଛନ୍ତି। ଭିଡିଓରେ ଶାହରୁଖ ଖାନ ନିଜ ମାସ୍କ ତଳକୁ ଖସାଇ ଛେପ ପକାଉଥିବା ଦେଖିବାକୁ ମିଳିଛି ବୋଲି ଲୋକମାନେ ଦାବି କରିଛନ୍ତି । ଲୋକମାନେ ପଚାରୁଛନ୍ତି ଯେ ଏହା ଇସଲାମ ଅନୁଯାୟୀ ଅନ୍ତିମ ଦର୍ଶନର ପ୍ରକ୍ରିୟା ନା ସେ ଜାଣିଶୁଣି ଏଭଳି କରିଛନ୍ତି ?

ଉଲ୍ଲେଖନୀୟ ୟେ, ଉଭୟ ଶାହାରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଦଦଲାନି ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ମଞ୍ଚ ଉପରକୁ ଯାଇଥିଲେ । ମ୍ୟାନେଜର ପୂଜା ଦଦଲାନି ସେଠାରେ ହାତ ଯୋଡି ଠିଆ ହୋଇଥିବାବେଳେ ଶାହାରୁଖ ଖାନ ପ୍ରଥମେ ସେଠାରେ ଠିଆ ହୋଇ ପ୍ରାର୍ଥନା କରିଥିଲେ, ତା’ପରେ ମାସ୍କକୁ ତଳକୁ ଖସାଇ ଛେପ ପକାଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ କ୍ରମାଗତ ଭାଇରାଲ ହେବାରେ ଲାଗିଛି ।

ହାର୍ଦ୍ଦିକ ନାମକ ଜଣେ ବ୍ୟକ୍ତି ଟ୍ବିଟରରେ ଲେଖିଛନ୍ତି, ମୁସଲମାନମାନଙ୍କ ଛେପ ସହିତ ଏହାର କ’ଣ ସମ୍ପର୍କ ରହିଛି ? ଶାହାରୁଖ ଖାନ ଛେପ ପକାଉଥିଲେ କି ? " ଏହା ସହିତ ସେ ଏହି ଭିଡିଓ ସେୟାର କରିଛନ୍ତି । ତେବେ ଏହାର ଜବାବରେ, ଯେଉଁଠାରେ କିଛି ଲୋକ କହିଛନ୍ତି କି, ସେ ଦୁଆ ବା ପ୍ରାର୍ଥନା କରୁଥିଲେ, ତ ଆଉ କିଛି କହିଛନ୍ତି ଯେ ଏହା ଦୁଆକୁ 'ଉଡ଼ାଇବା'ର ଏକ ଉପାୟ । ଆଉ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ, ମାସ୍କ ବାହାର କରିବା ପରେ ଏହା ସ୍ବାଭାବିକ ଭାବେ ହୋଇଥାଇପାରେ । ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଏହା 'ଅନ୍ତିମ ମୁସଲିମ୍ ତସଲିମ୍'ର ଏକ ପ୍ରଣାଳୀ ଅଟେ, ଯେଉଁଥିରେ ଏକ ବାକ୍ୟ ଉଚ୍ଚାରଣ କରାଯାଇଥାଏ ଏବଂ ଆତ୍ମା ​​ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.