ETV Bharat / sitara

ସତ ଓଗାଳିଲେ ରିୟା, ଭାଇ ସୌଭିକ୍ ସାହାଯ୍ୟରେ ସୁଶାନ୍ତଙ୍କ ପାଇଁ ଆଣୁଥିଲେ ଡ୍ରଗ୍ସ - ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ସବୁ କିଛି ସତ ସତ ମାନି ନେଇଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ପ୍ରଥମ ଥର ପାଇଁ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହୋଇଥିବା ଅଭିନେତ୍ରୀ ରିୟା ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ମାଧ୍ୟମରେ ଡ୍ରଗ୍ସ କ୍ରୟ କରିଥିବା ସ୍ୱୀକାର କରିଛନ୍ତି।

ସତ ଓଗାଳିଲେ ରିୟା, ଭାଇ ସୌଭିକ୍ ସାହାଯ୍ୟରେ ସୁଶାନ୍ତଙ୍କ ପାଇଁ ଆଣୁଥିଲେ ଡ୍ରଗ୍ସ

author img

By

Published : Sep 7, 2020, 11:05 AM IST

ମୁମ୍ବାଇ: ପ୍ରଥମ ଥର ପାଇଁ ରବିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ମାଧ୍ୟମରେ ଡ୍ରଗ୍ସ କ୍ରୟ କରିଥିବା ସ୍ୱୀକାର କରିଛନ୍ତି। ମୁମ୍ବାଇର ଏନସିବି କାର୍ଯ୍ୟାଳୟରେ ପଚରାଉଚରା ବେଳେ ରିୟା ଅଭିଯୋଗ କରିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରସ୍ ଆଣୁଥିଲେ। ସୂଚନାନୁସାରେ, ରିୟା ଚକ୍ରବର୍ତ୍ତୀ ଏନସିବି ଅଧିକାରୀଙ୍କୁ କହିଥିଲେ ଯେ, ସେ ସାମୁଏଲ ମିରାଣ୍ଡା ମଧ୍ୟ ଜୈଦ ପାଖରୁ ଡ୍ରଗ୍ସ କିଣୁଥିବା ବିଷୟରେ ମାର୍ଚ୍ଚ 17 ରେ ଜାଣିବାକୁ ପାଇଥିଲି। ଏହି ଡିଲ୍ ବ୍ୟତୀତ ରିୟା କହିଛନ୍ତି କି, ଜୈଦଙ୍କ ସହ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଭଲ ସମ୍ପର୍କ ରହିଥିଲା।

ଅଭିନେତ୍ରୀ ରିୟା ସ୍ୱୀକାର କରିଛନ୍ତି ଯେ ମାର୍ଚ୍ଚ 15 ରୁ ଉକ୍ତ ଚାଟ୍ ସତ ଥିଲା । ରିୟାଙ୍କ ଅନୁଯାୟୀ, ଯେଉଁ ଚାଟ୍‌ରେ ତାଙ୍କ ଏବଂ ଭାଇ ସୌଭିକ୍ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା କରୁଥିଲେ, ସେ ସୂଚାଇ ଦେଇଛନ୍ତି ଯେ ସେ ତାଙ୍କ ଭାଇଙ୍କ ମାଧ୍ୟମରେ ସେ ଅଭିନେତା ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ କ୍ରୟ କରୁଥିଲେ।

ଏହାବ୍ୟତୀତ, ରିୟା ମଧ୍ୟ ଜାଣିଥିଲେ ଯେ ସୌଭିକ୍ ଗିରଫ ହୋଇଥିବା ଡ୍ରଗ୍ସ ବ୍ୟବସାୟୀ ବସିତଙ୍କ ଠାରୁ ନିୟମିତ ଡ୍ରଗ୍ସ କ୍ରୟ କରୁଥଲେ। ଏହାସହ ସେ ତାଙ୍କ ଘରକୁ ଥରେ ଆସିଥିଲେ।

ଶନିବାର ଏନସିବି ଏହି ଡ୍ରଗ୍ସ ଲିଙ୍କରେ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରିବା ପରେ ହେପାଜତକୁ ପଠାଇଛି। ବର୍ତ୍ତମାନ ଏହି ନିଶା କାରବାର ବଲିଉଡରେ ଅନୁପ୍ରବେଶ କରିଛି। ସୌଭିକ, ମିରାଣ୍ଡା ଏବଂ କାଇଜେନଙ୍କ ବ୍ୟତୀତ ଏନସିବି ଭିଲାଟ୍ରା (21) ଏବଂ ପାରିହାର (23) କୁ ଗିରଫ କରିଛି। ରାଜପୁତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ କୋଣ ସିବିଆଇ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବଂ ଏନସିବି ଦ୍ୱାରା ଯାଞ୍ଚ କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.