ହାଇଦ୍ରାବାଦ: ଆଜିକାଲି ଫିଲ୍ମ 'ଗେହରାଇୟାଁ' ବିଷୟରେ ଦୀପିକା ପାଦୁକୋନ, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଧୈର୍ଯ୍ୟ କର୍ଭାଙ୍କ କାଷ୍ଟ ବହୁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଦୀପିକା ବଲିଉଡ ବବଲକୁ ଦେଇଥିବା ଏକ ସାକ୍ଷାତକାରରେ ଅନେକ ଖୁଲାସା କରିଛନ୍ତି। ଫିଲ୍ମର ଟ୍ରେଲରରେ ଏହା ଦେଖିବାକୁ ମିଳେ ଯେ, ଦୀପିକା ଫିଲ୍ମରେ ଇଣ୍ଟିମେଣ୍ଟ ସିନ ମଧ୍ୟ ଦେଇଛନ୍ତି ।
'ଗେହରାଇୟାଁ' ଟ୍ରେଲର ସାମ୍ନାକୁ ଆସିବା ପରେ କିଛି ସୋସିଆଲ ମିଡିଆ ୟୁଜର୍ସ ଦୀପିକାଙ୍କୁ ତାଙ୍କ ଇଣ୍ଟିମେଣ୍ଟ ସିନ ପାଇଁ ଟ୍ରୋଲ କରିଥିଲେ | କିଛି ସୋସିଆଲ ମିଡିଆ ୟୁଜର ଦୀପିକା ପାଦୁକୋନଙ୍କୁ ମଧ୍ୟ ଇଣ୍ଟିମେଣ୍ଟ ସିନର ସୁଟିଂ ପାଇଁ ସ୍ବାମୀ ରଣବୀର ସିଂଙ୍କଠାରୁ ଅନୁମତି ନେଇଛନ୍ତି କି ନାହିଁ ବୋଲି ପଚାରି ଥିଲେ। ଦୀପିକା ପାଦୁକୋନ ଟ୍ରୋଲରଙ୍କ ଏହି ପ୍ରଶ୍ନର ଉତ୍ତର ଖୁବ ସୁନ୍ଦର ଷ୍ଟାଇଲରେ ଦେଇଥିଲେ।
- " class="align-text-top noRightClick twitterSection" data="">
ଦୀପିକା ପାଦୁକୋନ ବଲିଉଡ ବବଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, "ଏହା ଷ୍ଟୁପିଡ.. ମୁଁ ଏହା ଉପରେ ମଧ୍ୟ ପ୍ରତିକ୍ରିୟା କରୁଛୁ। ମୁଁ ଭାବୁଛି ଏହା ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ। ମୁଁ ମନ୍ତବ୍ୟ ପଢେ ନାହିଁ। ମୁଁ ନିଶ୍ଚିତ ଯେ ସେ ମଧ୍ୟ ପଢନ୍ତି ନାହିଁ। Yuck!" ମୋତେ ଏହା ବହୁତ ବୋକା ବଳି ମନେ ହେଉଛି" ଦୀପିକା ଏହା ମଧ୍ୟ କହିଛନ୍ତି ଯେ ନୂଆ ଯୁଗର ଜଟିଳ ସମ୍ପର୍କ ଉପରେ ଆଧାରିତ ଫିଲ୍ମ ଗେହରାଇୟାଁ ଏକ ଚଳଚ୍ଚିତ୍ର, ଯାହାର ପ୍ରୋତ୍ସାହନ ଏହା କହିକି ହିଁ କରାଯାଉଛି। ଫିଲ୍ମରେ ଅନ୍ତରଙ୍ଗ ଦୃଶ୍ୟର ଚାହିଦା ଥିଲା, ଯେଉଁଥିପାଇଁ ନିର୍ଦ୍ଦେଶକ ସେଟରେ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ