ମୁମ୍ବାଇ: ନିକଟରେ ଦ୍ବିତୀୟଥର ମା' ହୋଇଥିଲେ ବି-ଟାଉନର ବେବୋ କରୀନା କପୁର ଖାନ । ସେ ବେବି ବୟକୁ ଜନ୍ମ ଦେଇଛନ୍ତି । ହେଲେ ଏଯାବତ ପୁଅର ଝଲକ ସେ ଫ୍ୟାନ୍ସଙ୍କୁ ଦେଖାନାହାଁନ୍ତି । ସେପଟେ ସମସ୍ତେ ତାଙ୍କ ସାନ ପୁଅର ଗୋଟିଏ ଝଲକ ଦେଖିବାକୁ ଅନାଇ ବସିଛନ୍ତି । ଇତିମଧ୍ୟରେ କରୀନାଙ୍କ ପିତା ତଥା ଅଭିନେତା ରଣଧୀର କପୁର ଭୁଲ ବଶତଃ ନାତିର ଫଟୋ ସେୟାର କରିଦେଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ।
କଥାଟି ହେଲା ଯେ ଗତ ବର୍ଷ ଇନଷ୍ଟାଗ୍ରାମ ଜଏନ କରିଥିବା ରଣଧୀର, କରୀନା ଓ ସୈଫ ଅଲ୍ଲୀ ଖାନଙ୍କ ପୂର୍ବରୁ ସାନ ନାତିର ଫଟୋ ସେୟାର କରିଦେଇଥିଲେ । ଆଉ ଯାହାକୁ ଏବେ ସେ ଡିଲିଟ୍ ମଧ୍ୟ କରିଦେଇଛନ୍ତି । ହେଲେ ଡିଲିଟ୍ ହେବା ପୂର୍ବରୁ ଭାଇରାଲ ହେଉଥିବା ଫଟୋରେ ଦୁଇଟି ଫଟୋକୁ କୋଲାଜ କରିଥିଲେ ରଣଧୀର । ଯାହାକୁ ଦେଖି ଫ୍ୟାନ୍ସ ଅନ୍ଦାଜ ଲାଗାଇଛନ୍ତି ହୁଏତଃ ତୈମୁର ଓ ତାଙ୍କ ସାନ ଭାଇଙ୍କ ଫଟୋ ସେୟାର କରିଥିଲେ ଅଭିନେତା ।
ଯଦି କରୀନାଙ୍କ କଥା ହେବା ନିକଟରେ ସେ କାମକୁ ଫେରିଥିଲେ। ଗତ ଫେବୃଆରୀ 21ରେ କରୀନା ବେବି ବୟକୁ ଜନ୍ମ ଦେଇଥିଲେ । ସେହିପରି 2016ରେ ଜନ୍ମ ହୋଇଥିଲେ ତୈମୁର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ