ନୂଆଦିଲ୍ଲୀ : ଆଜିକାଲି ବଲିଉଡର ଅନେକ ତାରକା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏବେ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଆଉ ଏକ ଖୁସି ଖବର ସାମ୍ମାକୁ ଆସିଛି ।
- " class="align-text-top noRightClick twitterSection" data="
">
ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ଦିଆ ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ।
- " class="align-text-top noRightClick twitterSection" data="
">
ଦିୟା ମୁମ୍ବାଇର ବିଜନେସମ୍ୟାନ ବୈଭବ ରେଖୀଙ୍କୁ ସେ ୧୫ ତାରିଖରେ ବିବାହ କରିବେ ।
ଖବର ଅନୁଯାୟୀ, ବୈଭବ ଦିଆଙ୍କର ବିଶେଷ ବନ୍ଧୁ ଅଟନ୍ତି । ଏଥି ସହିତ, ବିବାହକୁ ସମ୍ପୂର୍ଣ୍ଣ ପ୍ରାଇଭେଟ ରଖାଯିବ । ଉଭୟ ପରିବାର ବିବାହକୁ ନେଇ ବହୁତ ଖୁସି ଅଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ।
ଏବେ ଦିଆଙ୍କ ପ୍ରି-ୱେଡିଙ୍ଗ ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଛି । ଶନିବାର ଦିନ ଦିଆ ନିଜ ନିକଟ ବନ୍ଧୁଙ୍କ ସହ ପ୍ରି-ୱେଡିଙ୍ଗ ପାର୍ଟି ସେଲିବ୍ରେଟ କରିଥିଲେ ।
ପାର୍ଟିର କିଛି ଫଟୋ ଦେଖନ୍ତୁ...
ଦିଆ ଏବଂ ବୈଭବ ଉଭୟ ଲକଡାଉନ ସମୟରେ ପରସ୍ପରର ବହୁ ନିକଟତର ହୋଇଥିଲେ। ଦୁହେଁ ଏକାଠି ଲକଡାଉନରେ ସମୟ ଅତିବାହିତ କରିଥିଲେ ।
ପ୍ରକାଶ ଥାଉ ଯେ, ବୈଭବଙ୍କ ପୂର୍ବରୁ ଦିୟା ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। କିନ୍ତୁ 11 ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। 2019ରେ ସୋସିଆଲ ମିଡିଆରେ ଦିଆ ସାହିଲଙ୍କ ଠାରୁ ଅଲଗା ହେବା ଘୋଷଣା କରିଥିଲେ ।