ହାଇଦ୍ରାବାଦ: ବଲିଉଡ 80ଦଶକର ସୁପରହିଟ ହିରୋ ଧର୍ମେନ୍ଦ୍ର କୁମାର ବର୍ତ୍ତମାନ ଚର୍ଚ୍ଚାରେ । ଧର୍ମେନ୍ଦ୍ର ସୋସିଆଲ ମିଡିଆରୁ ବିଦାୟ ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । କାରଣ ନିକଟରେ ଧର୍ମେନ୍ଦ୍ରଙ୍କ ଏକ ଟ୍ବିଟ ଏହି ସଙ୍କେତ ଦେଇଛି । ଫିଲ୍ମରେ କମ ନଜର ଆସୁଥିବା ଏହି ଅଭିନେତା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି ।
ନିକଟରେ ଧର୍ମେନ୍ଦ୍ର ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଲେଖିଥିଲେ,‘ ମତେ ଛୋଟ ଛୋଟ ଖରାପ କମେଣ୍ଟ ବାଧେ କାରଣ ମୁଁ ବହୁତ ଇମୋସନାଲ ଲୋକ ତେଣୁ ମୁଁ ଆଉ ଆପଣ ମାନଙ୍କୁ ଅସୁବିଧାରେ ପକାଇବେନି । ’ ଧର୍ମେନ୍ଦ୍ରର ଏପରି ଟ୍ବିଟ ପରେ ସେ ସୋସିଆଲ ମିଡିଆ ଛାଡିପାରନ୍ତି ବୋଲି ଅନୁମାନ କରାଯାଉଛି ।
ଧର୍ମେନ୍ଦ୍ରଙ୍କର ଏପରି ପୋଷ୍ଟ ପରେ ଅନେକ ୟୁଜର୍ସ ତାଙ୍କୁ କ୍ଷମା ମାଗିଛନ୍ତି ଓ ତାଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଛନ୍ତି । ପ୍ରକାଶଥାଉକି, ଧର୍ମେନ୍ଦ୍ର ବେଳେବେଳେ ନିଜ ପର୍ସନାଲ ଭିଡିଓ ସେୟାର କରିଥାଅନ୍ତି । ତେବେ ଧର୍ମେନ୍ଦ୍ର ପରଦାରୁ ଦୁରରେ ଥିଲେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ପାଖରେ ଥିଲେ ।