ETV Bharat / sitara

ଗଛରେ ପାଣି ଦେବା ଏକ ଉତ୍ତମ ବ୍ୟାୟାମ: ଧର୍ମେନ୍ଦ୍ର - ଧର୍ମେନ୍ଦ୍ରଙ୍କ ଫାର୍ମ ହାଉସ

ଫାଳେ ପରଟା ଏବଂ ଏକ କପ ଚା ତାଙ୍କର ପ୍ରିୟ ବୋଲି ଧର୍ମେନ୍ଦ୍ର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ ସମସ୍ତଙ୍କୁ କୋରୋନା ସମ୍ପର୍କରେ ମଧ୍ୟ ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

ଗଛରେ ପାଣି ଦେବା ଏକ ଉତ୍ତମ ବ୍ୟାୟାମ: ଧର୍ମେନ୍ଦ୍ର

author img

By

Published : May 5, 2020, 5:05 PM IST

ମୁମ୍ବାଇ: ଲକଡାଉନରେ ସୋସିଆଲ ମିଡିଆରେ ପ୍ରାୟ ସମସ୍ତ ଭେଟରାନ ଆକ୍ଟର ଆକ୍ଟିଭ ଅଛନ୍ତି । ତେବେ ଏମାନଙ୍କ ଭିତରେ ଅଧିକ ଚର୍ଚ୍ଚାରେ ଅଛନ୍ତି ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର । ସବୁବେଳେ ସେ ନିଜ ଫ୍ୟାନ୍ସଙ୍କୁ ଡେଲି ଅପଡେଟ ଦେଇଥାନ୍ତି ।

ଏହି ଅବସରରେ ମଙ୍ଗଳବାର ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଗଛରେ ପାଣି ଦେଉଥିବାର ନଜର ଆସିଛି । ନିଜ ଗାର୍ଡେନରେ ସକାଳୁ ସେ ପାଣି ଦେବା ସହ ଫ୍ୟାନ୍ସଙ୍କୁ ମଧ୍ୟ ଏହା କରିବାକୁ କହିଛନ୍ତି । ଗଛରେ ପାଣି ଦେବା ଏକ ଉତ୍ତମ ବ୍ୟାୟାମ । ପ୍ରତିଦିନ ସେ ଅଧଘଣ୍ଟା ଏହା କରନ୍ତି । ଏହାଦ୍ବାରା ଗଛ ଓ ମଣିଷ ଉଭୟଙ୍କର ଉପକାର ହୋଇଥାଏ ବୋଲି ସେ କହିଛନ୍ତି ।

ଏହାସହ ନିଜ ବ୍ରେକଫାଷ୍ଟ ବିଷୟରେ ମଧ୍ୟ ସେ ଫ୍ୟାନ୍ସଙ୍କୁ କହିଛନ୍ତି । ଫାଳେ ପରଟା ଏବଂ ଏକ କପ ଚା ତାଙ୍କର ପ୍ରିୟ ବୋଲି ଧର୍ମେନ୍ଦ୍ର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ ସମସ୍ତଙ୍କୁ କୋରୋନା ସମ୍ପର୍କରେ ମଧ୍ୟ ସଚେତନ କରିଛନ୍ତି । ସାମାଜିକ ଦୂରତ୍ବ ରକ୍ଷା କରିବା ସହ ସୁସ୍ଥ ରହିବାକୁ ନିବେଦନ କରିଛନ୍ତି । ଏହି ସମୟରେ ସେ ନିଜ ଫାର୍ମ ହାଉସରେ ଅଛନ୍ତି । ଲକଡାଉନ ଯୋଗୁଁ ସେ ଏଠାରେ ଅଟକିଥିବା କହିଛନ୍ତି । ତେବେ ଏପରି ସମୟରେ ସେ ନିଜ ଗାର୍ଡେନ, ପନିପରିବା, ଫଳ ଗଛ ସହ ବିଭିନ୍ନ ସମୟରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.