ମୁମ୍ବାଇ: ଆଜି ବଲିଉଡର ଶୋ ମ୍ୟାନ ରାଜ କପୁରଙ୍କ 96ତମ ଜନ୍ମବାର୍ଷିକୀ । ଡିସେମ୍ବର 14ରେ ସମସ୍ତେ ପାଳନ୍ତି ତାଙ୍କ ଜନ୍ମବାର୍ଷିକୀ । ହିନ୍ଦୀ ସିନେମା ଜଗତର ଦକ୍ଷ ଅଭିନେତା ରୂପେ କାମ ଆରମ୍ଭ କରିଥିବା ରାଜ ପରେ ନିର୍ଦ୍ଦେଶକ ଓ ନିର୍ମାତା ସାଜିଥିଲେ । 1948ରେ ନିର୍ମାଣ କରିଥିଲେ ଆରେ ଷ୍ଟୁଡିଓ । ଯେଉଁଥିରେ ନିର୍ମାଣ ହୋଇଥିଲା ଅନେକ ସୁପରଡୁପରହିଟ୍ ଫିଲ୍ମ । ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି ବି-ଟାଉନର ହିମ୍ୟାନ ଧର୍ମେନ୍ଦ୍ର ।
-
Raj Sahab , today is your birthday Anniversary. We miss you sir . You will always be remembered with great love and respect 🙏. pic.twitter.com/vMAFozKP6N
— Dharmendra Deol (@aapkadharam) December 14, 2020 " class="align-text-top noRightClick twitterSection" data="
">Raj Sahab , today is your birthday Anniversary. We miss you sir . You will always be remembered with great love and respect 🙏. pic.twitter.com/vMAFozKP6N
— Dharmendra Deol (@aapkadharam) December 14, 2020Raj Sahab , today is your birthday Anniversary. We miss you sir . You will always be remembered with great love and respect 🙏. pic.twitter.com/vMAFozKP6N
— Dharmendra Deol (@aapkadharam) December 14, 2020
ସେ ରାଜଙ୍କ ସହ ସୋସିଆଲ ମିଡିଆରେ ଏକ ପ୍ରାଇସଲେସ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ରାଜ ସାହେବ ଆଜି ତୁମର ଜନ୍ମବର୍ଷିକୀ । ଆମେ ତୁମକୁ ମିସ୍ କରୁଛୁ । ତୁମେ ସର୍ବଦା ପ୍ରେମ ଓ ସ୍ନେହରେ ମନେ ପଡ ।’
ଏହାବ୍ୟତୀତ ଧର୍ମେନ୍ଦ୍ର ବର୍ତ୍ତମାନ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନରେ ଟ୍ବିଟ କରି ମନ କଥା କହିଥିଲେ । ଆଉ ଲେଖିଥିଲେ, ‘ମୁଁ ମୋ କୃଷକ ଭାଇମାନଙ୍କ ପାଇଁ ହୃଦୟରୁ ଦୁଃଖ ଅନୁଭବ କରୁଛି । ସରକାରଙ୍କୁ ଏହାର ସମାଧନ ଶୀଘ୍ର କରିବାର ଆବଶ୍ୟକ ଅଛି ।’