ନୂଆଦିଲ୍ଲୀ: ଅଭିନେତା ଧନୁଷ ଏବଂ ପତ୍ନୀ ଐଶ୍ବର୍ଯ୍ୟା ତାଙ୍କ ନୂଆ ଘରର ଭୂମି ପୂଜନ କରିଛନ୍ତି । ଏହି ଅବସରରେ ଐଶ୍ବର୍ଯ୍ୟାଙ୍କ ପିତାମାତା ରଜନୀକାନ୍ତ ଏବଂ ଲତା ମଧ୍ୟ ଏହି କାର୍ଯ୍ୟକ୍ରମରେ ନଜର ଆସିବା ସହ ଭୂମିପୂଜନ ମଧ୍ୟ କରିଛନ୍ତି ।
- " class="align-text-top noRightClick twitterSection" data="
">
ଏବେ ପୂଜାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଫଟୋରେ ଧନୁଷ ଧଳା ଧୋତି ଏବଂ ମାସ୍କ ପିନ୍ଧି ଭୂମିରେ ବସି ପୂଜା କରୁଥିବାର ଦେଖିବାକୁ ମିଳିଛି । ଦ୍ବିତୀୟ ଫଟୋରେ ରଜନୀକାନ୍ତ ଏବଂ ତାଙ୍କ ପତ୍ନୀ ଲତାଙ୍କୁ ଦେଖିବାକୁ ମିଳିଛି ।
ନିକଟରେ ଧନୁଷ ଫିଲ୍ମ 'କରାନ'ର ଡବିଂ ଶେଷ କରିଛନ୍ତି। ଏହା ବ୍ୟତୀତ ଧନୁଷ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଦ ଗ୍ରେ ମ୍ୟାନ୍'ର ସୁଟିଂ ପାଇଁ ଆମେରିକା ଯିବେ ।
ରିପୋର୍ଟ ଅନୁଯାୟୀ, ଧନୁଷ 'ଦ ଗ୍ରେ ମ୍ୟାନ୍'ର ସୁଟିଂ 2 ମାସ ଧରି କରିବେ । ଏହା ତାଙ୍କର ଦ୍ବିତୀୟ ଇଣ୍ଟରନ୍ୟାସନାଲ ଚଳଚ୍ଚିତ୍ର ।