ETV Bharat / sitara

ଅପରେସନ୍ ପରେ ୱାକର୍ ଧରି ଚାଲୁଛନ୍ତି ଦେବୋଲିନା - ଅପରେସନ୍ ପରେ ୱାକର୍ ଧରି ଚାଲୁଛନ୍ତି ଦେବୋଲିନା

ଲୋକପ୍ରିୟ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଅସୁସ୍ଥ । ସେ ବିଗ୍ ବସ୍ 15ରେ ଘଣ୍ଟା ଘଣ୍ଟା ଧରି ଏକ କାମ ବା ଟାକ୍ସ ପୂରା କରିଥିଲେ । ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ବିଗ୍ ବସ୍ 15 ରୁ ବାହାରିବା ମାତ୍ରେ ଦେଭୋଲିନା ଅସ୍ତ୍ରୋପଚାର କରିଥିଲେ। ବର୍ତ୍ତମାନ ଅପରେସନ୍ ପରେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଅଧିକ ପଢନ୍ତୁ

ଅପରେସନ୍ ପରେ ୱାକର୍ ଧରି ଚାଲୁଛନ୍ତି ଦେବୋଲିନା

author img

By

Published : Feb 2, 2022, 7:02 AM IST

ହାଇଦ୍ରାବାଦ: ଲୋକପ୍ରିୟ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଅସୁସ୍ଥ । ସେ ବିଗ୍ ବସ୍ 15 ରେ ଘଣ୍ଟା ଘଣ୍ଟା ଧରି ଏକ କାମ ବା ଟାକ୍ସ ପୂରା କରିଥିଲେ । ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯାଇଛି । ଏମିତି କି ଟାସ୍କ ସମୟରେ ତାଙ୍କୁ ପ୍ୟାଣ୍ଟରେ ପରିସ୍ରା କରିବାକୁ ପଡିଥିଲା । ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାଙ୍କ ଗୋଡରେ ଗୋଟିଏ ଶିରା କାମ କରୁନଥିଲା । ଯେଉଁଥିପାଇଁ ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଥିଲା । ସେଥିପାଇଁ ସେ ବିଗ୍ ବସ୍ 15 ଛାଡିବା ମାତ୍ରେ ତାଙ୍କୁ ଏକ ଅପରେସନ୍ କରିବାକୁ ପଡିଲା । ତେବେ ତାଙ୍କ ଅବସ୍ଥା କିପରି ଅଛି ବୋଲି ଅଭିନେତ୍ରୀ ଜଣାଇଛନ୍ତି ।

ସେ ଏକ ଭିଡିଓ ସେୟାର କରିଛନ୍ତି । ତଥାପି, ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ୱାକର୍ ଧରି ଚାଲୁଛନ୍ତି । ଏହା ବ୍ୟତୀତ ତାଙ୍କୁ ହ୍ୱିଲ ଚେୟାରରେ ଡାକ୍ତରଖାନା ଯିବାକୁ ପଡୁଛି । ସେ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଛନ୍ତି । ଦେବୋଲିନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଗ୍ ବସ୍ 15 ରୁ ବାହାରିବା ପରେ ମୋତେ ତୁରନ୍ତ ନର୍ଭ ଡିକମ୍ପ୍ରେସନ୍ ସର୍ଜରୀ କରିବାକୁ ପଡିଲା ।

ଏକ ସମୟ ଥିଲା ଯେତେବେଳେ ମୋର ଆତ୍ମବିଶ୍ୱାସ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା ଏବଂ ମୁଁ ମୋ ଚାରିପାଖରେ ମୋ ମା କିମ୍ବା ଭାଇ ବିନା ଏହାର ମୁକାବିଲା କରିବାକୁ ଜାଣି ନ ଥିଲି ଏବଂ ଏହା ବିଷୟରେ ଚିନ୍ତା କରିବାର ସମୟ ନଥିଲା, ତେଣୁ ମୁଁ ଅସ୍ତ୍ରୋପଚାର କଲି । ଏହି କଷ୍ଟଦାୟକ ସମୟରେ ମୋର ଇଚ୍ଛା ଶକ୍ତି ଏବଂ ଭଗବାନ ମୋତେ ଶକ୍ତି ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ସେ ଘରକୁ ଆସି ସୁସ୍ଥ ଅଛନ୍ତି। ଏହା ବ୍ୟତୀତ ସେ ମା, ଭାଇ, ଭଉଣୀ ସମେତ ନିଜ ସାଙ୍ଗମାନଙ୍କ ନାଁ ଲେଖି ଧନ୍ୟବାଦ ଅର୍ପଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.