ହାଇଦ୍ରାବାଦ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସର୍ବଦା ନିଜ ଫ୍ୟାସନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ପ୍ରିୟଙ୍କା ଏକ ମାଗାଜିନ ପାଇଁ ଶାଢୀରେ ବୋଲ୍ଡ ଫଟୋସୁଟ କରାଇଛନ୍ତି । ଏବେ ଭାଇରାଲ ହୋଇଛି ପ୍ରିୟଙ୍କାଙ୍କ ଶାଢୀ ପ୍ରଶିକ୍ଷଣ ଭିଡିଓ ।
ଏହି ଭିଡିଓରେ ପ୍ରିୟଙ୍କା ତିନୋଟି ସେଫ୍ଟିପିନ ସାହାଯ୍ୟରେ ଶାଢୀ ପିନ୍ଧା ଶିଖାଉଛନ୍ତି । ଟିମ ପ୍ରିୟଙ୍କା ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଭିଡିଓରେ ପ୍ରିୟଙ୍କା ନିଜ ବିଦେଶୀ ସାଙ୍ଗଙ୍କୁ ଶାଢୀ ପିନ୍ଧାଉଛନ୍ତି । ପ୍ରିୟଙ୍କା ବିଦେଶୀ ଫ୍ୟାସନ ସହ ଦେଶୀ ଫ୍ୟାସନରେ ମଧ୍ୟ ନଜର ଆସିଛନ୍ତି । ନିଜ ବିବାହରେ ମଧ୍ୟ ପ୍ରିୟଙ୍କାଙ୍କୁ ରେଡ ଲେହେଙ୍ଗାରେ ନଜର ଆସିଥିଲେ ।
ନିକଟରେ ପ୍ରିୟଙ୍କାଙ୍କ ଶାଢୀ ଫଟୋସୁଟର ଏକ ବ୍ୟାକଲେସ ଫଟୋ ପୋଷ୍ଟ କରିଥିଲେ ପ୍ରିୟଙ୍କା । କପଡାର ଫ୍ୟାବ୍ରିକର ସୁନ୍ଦରତା ନୁହେଁ ବରଂ ଏହାକୁ କିପରି ତିଆରି କରାଯାଇଛି ତାହା ଗୁରୁତ୍ବପୂର୍ଣ୍ଣ ବୋଲି ଲେଖି ସେୟାର କରିଥିଲେ ପ୍ରିୟଙ୍କା ।